ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ନୀଳାଚଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ପ୍ରିନ୍ସିପାଲ୍, ପ୍ରଫେସର, ଟ୍ୟୁଟର୍, ଲାଇବ୍ରେରିଆନ୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ସୁଦ୍ଧା ଆବେଦନ କରିପାରିବେ।
ପଦବୀ ଓ ଯୋଗ୍ୟତା:
- ପ୍ରିନ୍ସିପାଲ୍/ଭାଇସ୍- ପ୍ରିନ୍ସିପାଲ୍- ନର୍ସିଂରେ ଏମ୍ଏସି/ପି.ଏଚ୍ଡି କରିଥିବେ। ଏହା ସହ ଅତିକମ୍ରେ ୧୦ ବର୍ଷର ଅଭିଜ୍ଞତା ଥିବ।
- ଆସୋସିଏଟ୍ ପ୍ରଫେସର୍- ନର୍ସିଂରେ ଏମ୍ଏସି କରିବା ସହ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଆସିଷ୍ଟାଣ୍ଟ ପ୍ରଫେସର୍- ନର୍ସିଂରେ ଏମ୍ଏସି କରିବା ସହ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଟ୍ୟୁଟର୍- ନର୍ସିଂରେ ଏମ୍ଏସି କରିଥିବେ।
- କ୍ଲିନିକାଲ୍ ଇନ୍ଷ୍ଟ୍ରକ୍ଟର- ବି.ଏସ୍ସି/ବି.ଏସ୍ସି ନର୍ସିଂ (ପୋଷ୍ଟ ବେସିକ୍)
- ଲାଇବ୍ରେରିଆନ୍- ଲାଇବ୍ରେରୀ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
- ଆକାଉନ୍ଣ୍ଟାଣ୍ଟ- ବି.କମ୍ ସହ ଟାଲି କରିଥିବେ। ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
- ଡିଇଓ-କମ୍-କ୍ଲର୍କ- ସ୍ମାତକ ଡିଗ୍ରୀ ସହ ପିଜିଡିସିଏ କରିଥିବେ। ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
- ଲେଡିଜ୍ ହଷ୍ଟେଲ୍ ମାଟ୍ରୋନ୍- ଦଶମ ପାସ୍ କରିଥିବେ। ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
- ଡ୍ରାଇଭର୍ (ଭାରୀ ଯାନ) – ଦଶମ ପାସ୍ କରିଥିବେ। ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
ଆବେଦନ ପ୍ରକ୍ରିୟା:
ଏହି ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିଜର ବାୟୋଡାଟା neelachalinstitute@yahoo.co.in କୁ ମାର୍ଚ୍ଚ ୨୦ ପୂର୍ବରୁ ପଠାଇବାକୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।
- ଠିକଣା– ନୀଳାଚଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଓ.ସି.ଏଚ୍.ସି କମ୍ପ୍ଲେକ୍ସ, ରାମ ମନ୍ଦିର ସ୍କୋୟାର, ଜନପଥ, ୟୁନିଟ୍- ୩, ଭୁବନେଶ୍ଵର, ଓଡ଼ିଶା
- ଫୋନ୍ ନମ୍ବର– 0674-2395227


















