ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଆଇପିଏଲ୍ ଚାମ୍ପିୟନ ଦଳକୁ ମିଳିବ କମ୍ ପୁରସ୍କାର ରାଶି। ପୂର୍ବରୁ ଚାମ୍ପିୟନ ଦଳକୁ ପୁରସ୍କାର ବାବଦରେ ୨୦ କୋଟି ଟଙ୍କା ମିଳୁଥିବାବେଳେ ଚଳିତ ବର୍ଷ ଏହାକୁ ୧୦ କୋଟିକୁ କମାଇ ଦେଇଛି ବିସିସିଆଇ।
ଏଥସହିତ ପୂର୍ବରୁ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରୁଥିବା ଚାରୋଟି ଦଳକୁ ୫୦ କୋଟି ଟଙ୍କା ଦିଆଯାଉଥିଲା। ଏବେ ଏହି ପୁରସ୍କାର ରାଶିକୁ ୨୫ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଏହାସହ ପ୍ରତିଟି ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବା ପାଇଁ ରାଜ୍ୟ କ୍ରିକେଟ୍ ସଂଘକୁ ୫୦ ଲକ୍ଷ ଟଙ୍କା ଫ୍ରାଞ୍ଚାଇଜ୍ ତରଫରୁ ଦିଆଯିବ ବୋଲି କୁହାଯାଇଛି।
ନୂଆ ନିୟମକୁ ନେଇ କିନ୍ତୁ ପ୍ରାଞ୍ଚାଇଜମାନେ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। ସେମାନେ କହିଛନ୍ତି ଯେ, ପ୍ଲେ-ଅଫକୁ ନେଇ ହୋଇଥିବା ନିୟମକୁ ସେମାନେ ସମର୍ଥନ କରୁନାହାନ୍ତି। ସେମାନଙ୍କ ସହ ଆଲୋଚନା ନକରି ପୁରସ୍କାର ରାଶିକୁ ହ୍ରାସ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଖର୍ଚ୍ଚ କାଟିବା ପାଇଁ ବିସିସିଆଇ ପକ୍ଷରୁ ଏଭଳି ନୂଆ ନିୟମ ଆରମ୍ଭ କରାଯାଇଛି।


















