ଓଡ଼ିଶାଲାଇଭ୍ ବ୍ୟୁରୋ

୧୦ଟି ବ୍ୟାଙ୍କକୁ ମିଶ୍ରଣ କରି ଏହାକୁ ମୋଟ୍ ୪ଟି ବ୍ୟାଙ୍କରେ ପରିଣତ କରିବା ନେଇ ମୋଦୀ ସରକାର ଯେଉଁ ଘୋଷଣା କରିଥିଲେ, ତା’କୁ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଫଳରେ ଏପ୍ରିଲ ୧ ତାରିଖ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ।

ଗତବର୍ଷ ଅଗଷ୍ଟ ମାସରେ ମୋଦୀ ସରକାର ଦେଶର ୧୦ଟି ପ୍ରମୁଖ ବ୍ୟାଙ୍କକୁ ମିଶାଇ ଏହାକୁ ୪ଟି ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏହାଫଳରେ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ସହିତ ମିଶାଇ ଦିଆଯିବ। ସେହିପରି ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ,ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କକୁ ୟୁନିୟନ ବ୍ୟାଙ୍କରେ ମିଶାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here