ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାବିଶ୍ୱରେ ୩ ହଜାର ଲୋକଙ୍କ ପ୍ରାଣ ନେଇଥିବା କୋରୋନା ଭାଇରସର ପ୍ରଭାବ ବଲିଉଡ ଉପରେ ପଡ଼ିଛି। ଅଭିନେତ୍ରୀ ଦୀପିକା ପାଦୁକୋନ କୋରୋନା ଭୟରେ ନିଜୀ ଫ୍ରାନ୍ସ ଗସ୍ତ ବାତିଲ କରିଥିବା ସୂଚନା ମିଳିଛି।
ମାର୍ଚ୍ଚ ୩ରେ ଫ୍ରାନ୍ସରେ ଆୟୋଜିତ ଫ୍ୟାଶନ ଓ୍ୱିକ୍ ଇଭେଣ୍ଟରେ ଦୀପିକା ଯୋଗ ଦେଇଥାନ୍ତେ। ମାତ୍ର ପ୍ରାଣଘାତୀ କୋରୋନା ପାଇଁ ଦୀପିକା ନିଜ କାର୍ଯ୍ୟକ୍ରମ ବାତିଲ କରିଥିଲେ।
ଯଦି ଦୀପିକାଙ୍କ କାମ କଥା କୁହାଯାଏ ଆଗାମୀ ଦିନରେ ସ୍ୱାମୀ ରଣବୀର ସିଂଙ୍କ ସହିତ ଫିଲ୍ମ ‘୮୩’ରେ ସହ ନଜର ଆସିବେ। ଫିଲ୍ମରେ ମଧ୍ୟ ସେ ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି।
















