ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ମହାମାରୀ ସୃଷ୍ଟି କରିଥିବା ପ୍ରାଣଘାତୀ କୋରୋନା ଭାଇରସ ପାଇଁ ଏଥର ହୋଲି ପାଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ବର୍ଷ କୌଣସି ହୋଲି ମିଳନ ପର୍ବରେ ସେ ଯୋଗ ଦେବେନି। ଏନେଇ ମୋଦୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

‘‘ କୋରୋନା ଭାଇରସ ନବ୍ୟାପିବା ପାଇଁ ବିଶେଷଜ୍ଞମାନେ ବହୁଲୋକ ଏକତ୍ରିତ ହେବାକୁ ମନା କରୁଛନ୍ତି। ସେଥିପାଇଁ ଏ ବର୍ଷ ହୋଲି ମିଳନ ପର୍ବରେ ମୁଁ ଯୋଗ ନଦେବାକୁ ସ୍ଥିର କରିଛି’’, ଟୁଇଟ କରି କହିଛନ୍ତି ମୋଦୀ।

ଚୀନରେ ମହାମାରୀ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ଭାରତକୁ ପ୍ରବେଶ କରିଛି। ରାଜଧାନୀ ଦିଲ୍ଲୀ ସମେତ ଆଗ୍ରା, ତେଲେଙ୍ଗାନା, ଜୟପୁରରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାରତରେ ପ୍ରାୟ ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି।

Comment