ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ ମିତ୍ର ପାଲଟି ଯାଏ। ଏହି ରଙ୍ଗର ପର୍ବ ଯୋଡ଼ି ଦିଏ ସମ୍ପର୍କର ସେତୁ।

ଏଥର ହୋଲି ପୂରା ଜମିବାକୁ ଯାଉଛି ହୋଲି ଖେଳ। ଚଳିତବର୍ଷ ଏନେଇ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି।

ଓଡ଼ିଶାର ସବୁଠି ହୋଲି ଖେଳିବାକୁ ଲୋକେ ପ୍ରସ୍ତୁତ। ହୋଲି ପୂର୍ବରୁ ବିଭିନ୍ନ ସ୍ଥାନରେ ଦେଖିବାକୁ ରଙ୍ଗ ପସରା। ବିଭିନ୍ନ ଛକମାନଙ୍କରେ ଭଳିକି ଭଳି ରଙ୍ଗ ସାଙ୍ଗକୁ ପିଚକାରୀ, ବନ୍ଧୁକ, ଟୋପି ଏବଂ ମୁଖା ଆଦି ବିକ୍ରି ହେଉଛି। ଖାସ କରି ଛୋଟପିଲାଙ୍କୁ ନଜରରେ ରଖି ବିଭିନ୍ନ ପ୍ରକାରର ବନ୍ଧୁକ ଏଥର ଦେଖିବାକୁ ମିଳିଛି। ତେବେ ରଙ୍ଗ ଖେଳିବା ସମୟରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ହୋଲିରେ ସବୁଠି ହୁଏ ସେଲିବ୍ରେସନ। ରଙ୍ଗ ଅବିରରେ ରଙ୍ଗୀନ ହୋଇଥାଏ ପୂରାଦେଶ। ହୋଲି ହିନ୍ଦୁମାନଙ୍କର ପର୍ବ ହୋଇଥିଲେ ବି ଏବେ ପ୍ରାୟ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରୁଛନ୍ତି। ଏହି ପର୍ବରେ ଲୋକମାନେ ରାଧା କୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲେଇଥାନ୍ତି। ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଏ। ଏଥିସହିତ ହୋଲି ଦିନ ହୋଲିକା ଦହନ ମଧ୍ୟ କରାଯାଏ।

Tags: #Holi #Celebration #FestivalofColours

LEAVE A REPLY

Please enter your comment!
Please enter your name here