ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ରଙ୍ଗର ପର୍ବ ହୋଲି। ଏହି ପର୍ବ ପାଳିବା ପାଇଁ ଲୋକେ ଏବେଠୁ ଉତ୍ସାହିତ ହେଲେଣି। ପରସ୍ପରକୁ ବିଭିନ୍ନ ପ୍ରକାର ରଙ୍ଗ ଲଗାଇ ଲୋକେ ହୋଲି ଖେଳିଥାନ୍ତି। ମାତ୍ର ଏଥିରେ ଅଧିକାଂଶ ରାସାୟନିକ ରଙ୍ଗ ଥାଏ। ଯାହା ଆମକୁ କ୍ଷତି ପହଞ୍ଚାଇଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଲୋକେ ଶରୀରରୁ ରଙ୍ଗ ଛଢ଼ାଇବା ପାଇଁ ମଧ୍ୟ ରାସାୟନିକ ଜିନଷ ବ୍ୟବହାର କରନ୍ତି। ଏହା କ୍ଷତିକାରକ ହୋଇଥାଏ। ତେବେ ଜାଣନ୍ତୁ କ’ଣ କଲେ ଆପଣ ଶୀଘ୍ର ହୋଲି ରଙ୍ଗକୁ ଛଢ଼ାଇପାରିବେ।

ନଡ଼ିଆ ତେଲ ଲଗାନ୍ତୁ

ହୋଲି ଖେଳିବାର ୧ ଘଣ୍ଟା ପୂର୍ବରୁ ଚର୍ମ ଓ କେଶରେ ନଡିଆ ତେଲ ଲଗାଇ ପାରିବେ। ଏହାଦ୍ୱାରା ଚର୍ମରେ ଅଧିକ କ୍ଷତି ପହଞ୍ଚାଇବ ନାହିଁ, କେଶରେ ନଡିଆ ତେଲ ଲଗାଇବା ପରେ ହୋଲି ଖେଳିବା ପରେ ରଙ୍ଗ ସହଜରେ ହଟାଯିବ।

ପେଟ୍ରୋଲିୟମ ଜେଲି

ହୋଲି ଖେଳିବା ପୂର୍ବରୁ ପେଟ୍ରୋଲିୟମ ଜେଲି ଲଗାଇବା ଦ୍ୱାରା ଚର୍ମକୁ ରଙ୍ଗ କ୍ଷତି ପହଞ୍ଚାଇବ ନାହିଁ। ଆପଣ ଏହି ଜେଲିକୁ କାନ ଓ ଓଠରେ ଜେଲି ଲଗାଇ ପାରିବେ।

ନଖକୁ ସୁରକ୍ଷା ଦେବାକୁ ନେଲ ପଲିସ୍‌ ଲଗାନ୍ତୁ

ହୋଲି ଖେଳିବା ପୂର୍ବରୁ ନଖରେ ନେଲ ପଲିସ ଲଗାନ୍ତୁ, ଏହା ଆପଣଙ୍କ ନଖକୁ ଅଧିକ କ୍ଷତି ପହଞ୍ଚାଇବ ନାହିଁ। ନଖରେ ହୋଲି ରଙ୍ଗ ଲାଗିଥିଲେ ନେଲ ପେଣ୍ଟ ରିମୁଭର୍ ସାହାଯ୍ୟରେ ବାହାର କରାଯାଇପାରିବ।

 ଦହି ଲଗାଇପାରିବେ

ହୋଲି ଦିନରେ ଗାଧୋଇବା ପୂର୍ବରୁ ନଡ଼ିଆ ତେଲକୁ ଦହିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ମୁହଁ ଏବଂ କେଶରେ ଲଗାନ୍ତୁ।  କିଛି ସମୟ ପରେ ଆପଣ ଏହାକୁ ଧୋଇଲେ ଏହା ରଙ୍ଗକୁ ହଟାଇଦେବ।

LEAVE A REPLY

Please enter your comment!
Please enter your name here