ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁଠାରୁ ସହର ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ଚାଲିଛି ପରସ୍ପରକୁ ହୋଲିର ଶୁଭେଚ୍ଛା ଦିଆନିଆ। ହୋଲି ଖେଳ ପରେ ସମସ୍ତଙ୍କର ଗୋଟିଏ ଚିନ୍ତା କେମିତି ଛାଡ଼ିବ ଦେହରୁ ରଙ୍ଗ?

ରଙ୍ଗର ପର୍ବ ହୋଲି। ରଙ୍ଗ ବେରଙ୍ଗର ଫଗୁ ଧରି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମସଗୁଲ ରଙ୍ଗ ଖେଳରେ। ଏଥର କଟକଣା ମୁକ୍ତ ହୋଲି ପାଇଁ ଅନୁମତି ମିଳିଥିବାରୁ ସମସ୍ତଙ୍କ ମନରେ ଭରିଛି ବେଶ ଉତ୍ସାହ। ହୋଲିରେ ରଙ୍ଗ ଖେଳିବାକୁ ମଜା ତ ଲାଗେ, କିନ୍ତୁ ଦେହରୁ ରଙ୍ଗ ଛଡ଼ାଇବା ପାଇଁ ଟିକିଏ ଚିନ୍ତା ଆସିଯାଏ।

ଦେହରୁ ସହଜରେ ରଙ୍ଗ ଛଡ଼ାଇ ପାଇଁ କିଛି ଟିପ୍ସ

  • ରଙ୍ଗ ଖେଳିବା ପୂର୍ବରୁ ଶରୀରେ ମଶ୍ଚରାଇଜର, ଲୋସନ କିମ୍ବା ନଡ଼ିଆ ତେଲ ଲଗାନ୍ତୁ। ଏହା ଦ୍ୱାରା ତ୍ୱଚା ସୁରକ୍ଷିତ ରହିବା ସହ ଶରୀରରୁ ସହଜରେ ରଙ୍ଗ ଛଡ଼ାଇ ହେବ।
  • ରାସାୟନିକ ରଙ୍ଗଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
  • ହୋଲି ଖେଳିବା ବେଳେ ଫଗୁକୁ ବ୍ୟବହାର କରନ୍ତୁ।
  • କେଶରେ ଯଥା ସମ୍ଭବ ନଡ଼ିଆ ତେଲ ଲଗାନ୍ତୁ। ସମ୍ଭବ ହେଲେ କ୍ୟାପ୍ ସହାୟତାରେ ଚୁଟିଗୁଡ଼ିକୁ ଢାଙ୍କି ଦିଆନ୍ତୁ।
  • ଆଖିରେ ରଙ୍ଗ ପଡ଼ିଗଲେ ତୁରନ୍ତ ଥଣ୍ଡା ପାଣି ଆଖିକୁ ଛାଟନ୍ତୁ।
  • ହୋଲି ଖେଳିବା ପୂର୍ବରୁ ଚଷମା ଲଗାଇଲେ ମଧ୍ୟ ସୁରକ୍ଷା ମିଳିପାରିବ।
  • ମୁହଁ ଏବଂ ହାତରୁ ରଙ୍ଗକୁ ଛଡ଼ାଇବା ପରେ ତୁରନ୍ତ ଗୋଲାପ ଜଳକୁ ବ୍ୟବହାର କରନ୍ତୁ।
  • ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

Tags: #Holi #RemoveColour #HoliCelebration #Colour #ColourCelebration #Colour Remove

LEAVE A REPLY

Please enter your comment!
Please enter your name here