ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ରାଜ୍ୟ ପାନୀୟ ନିଗମ ସମିତିରେ ସିନିୟର ପ୍ରୋଗ୍ରାମର କନ୍‌ସଲ୍‌ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

ଫୁଲ୍‌ ଟାଇମ୍‌ ଏମ୍‌ସିଏ/କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ କିମ୍ବା ଇଞ୍ଜିନିୟରିଂ/ଆଇଟି ଡିଗ୍ରୀ ହାସଲ କରିଥିବେ। କମ୍ପ୍ୟୁଟର ଆପ୍ଲିକେସନ୍‌ ସିଷ୍ଟମରେ ଅତିକମ୍‌ରେ ୪ ବର୍ଷର ଅଭିଜ୍ଞତା ଥିବ।

ବୟସ ସୀମା– ୨୦୨୦ ଏପ୍ରିଲ୍‌ ୧ ସୁଦ୍ଧା ୪୦ ବର୍ଷରୁ କମ୍‌ ବୟସ୍କ।

ଦରମା– ୪୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର, ସମସ୍ତ ଶିକ୍ଷାଗତ କାଗଜପତ୍ର, ଜରୁରୀ ପ୍ରମାଣପତ୍ର ଆଦିକୁ ମାର୍ଚ୍ଚ ୩୦ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ଜେନେରାଲ ମ୍ୟାନେଜର, ଓଡ଼ିଶା ରାଜ୍ୟ ପାନୀୟ ନିଗମ ସମିତି, ୨ୟ ଫ୍ଲୋର୍‌, ଫରଚ୍ୟୁନ୍‌ ଟାଓ୍ଵାର, ଚନ୍ଦ୍ରଶେଖରପୁର, ଭୁବନେଶ୍ଵର-୭୫୧୦୨୩

ଅଧିକ ସୂଚନା ପାଇଁ osbc.co.in ରେ ଲଗ୍‌ଇନ୍‌ କରନ୍ତୁ।

Comment