ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା। ବର୍ତ୍ତମାନ ସୁଦ୍ଧା ଦେଶରେ ୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ।

ଦିଲ୍ଲୀରେ ଏହି ଉଚ୍ଚସ୍ତରୀୟ ବୈଠକରେ ମୋଦୀ ସ୍ଥିତି ସମୀକ୍ଷା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହଷବର୍ଦ୍ଧନ ମୋଦୀଙ୍କୁ କୋରୋନା ସମ୍ପର୍କିତ ତାଜା ଅପଡେଟ ଦେବେ।

ଦେଶର ବିଭିନ୍ନ ରାଜ୍ୟରେ କୋରୋନା ମୁକାବିଲା ନେଇ ମୋଦୀ ସ୍ଥିତି ପରଖିବେ। ଭାରତରେ କୋରୋନା କାୟା ବିସ୍ତାର କରୁଥିଲା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ଯୋଜନା ଚଳାଇଛନ୍ତି। ଶୁକ୍ରବାରଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ଆରମ୍ଭ ହୋଇଛି। ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ବିମାନବନ୍ଦରରେ ସ୍କାନିଂ ହେଉଛି।

Comment