ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଲୋକେ ଉତ୍ସାହିତ ଥିଲା ବେଳେ କୋରୋନା ଭାଇରସ ପାଇଁ କେଉଁଠି ନା କେଉଁଠି ଆତଙ୍କିତ ଅଛନ୍ତି ଲୋକେ। ଅନ୍ୟପକ୍ଷରେ ଲୋକେ ହୋଲି କେମିତି ଖେଳିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ମଧ୍ୟ ଜାରି କରାଯାଇଛି। କୋରୋନା ଭାଇରସ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି।

ବହୁ ସଂଖ୍ୟାରେ ଏକତ୍ର ହୋଇ ହୋଲି ଖେଳନ୍ତୁ ନାହିଁ।

ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ।

ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ।

ମୁହଁରେ ରଙ୍ଗ ବୋଳିବାକୁ ବାରଣ କରନ୍ତୁ।

ଥଣ୍ଡା, ଜ୍ୱର ଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ।

ମାସ୍କ ବ୍ୟବହାର କରନ୍ତୁ।

ରଙ୍ଗ ହାତ ପାଟି, ମୁହଁ, କାନ ଓ ନାକରେ ଲଗାନ୍ତୁ ନାହିଁ।

Comment