ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ଭାରତରେ ନୁହେଁ ବିଶ୍ଵର ବହୁ କୋଣ ଅନୁକୋଣରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ଭାରତର ପର୍ବ ହୋଲି କିନ୍ତୁ ବିଦେଶରେ ଏହା ଧୀରେ ଧୀରେ ବେଶ୍ ଲୋକପ୍ରିୟତା ହାସଲ କରୁଛି। ଆମେରିକାର ସ୍ପେନିଶ୍ ଫର୍କରେ ପାଳନ ହୁଏ ବିଶ୍ଵର ସର୍ବବୃହତ ହୋଲି।

ନେପାଳ

ଭାରତର ପଡୋଶୀ ଦେଶ ନେପାଳରେ ବି ପାଳିତ ହୁଏ ହୋଲି। କାଠମାଣ୍ଡୁରେ, ଥାମେଲ ଏବଂ ଦୁର୍ବାର ଛକ ରାସ୍ତାରେ ହୋଲି ଉତ୍ସବ ପାଳନ କରାଯାଏ। ପିଲା ଏବଂ ବୟସ୍କମାନେ, ସମସ୍ତେ ଏଠି ଏକାଠି ହୋଇ ହୋଲି ଖେଳନ୍ତି।

ପାକିସ୍ତାନ

ପାକିସ୍ତାନରେ ରହୁଥିବା ହିନ୍ଦୁ ମଧ୍ୟ ହୋଲି ପାଳନ କରନ୍ତି। ରିପୋର୍ଟ ଅନୁସାରେ ହୋଲିକୁ ପାକସ୍ତାନରେ ଛୁଟିଦିନ ଭାବେ ମଧ୍ୟ ଘୋଷଣା କରାଯାଇଛି। ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ଏହି ଅବସରରେ ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାନ୍ତି।

ଦୁବାଇ

ଏପରିକି ଦୁବାଇର ଲୋକମାନେ ମଧ୍ୟ ଏହି ହୋଲି ପର୍ବ ପାଳନ କରନ୍ତି। ଦୁବାଇର ୱାଣ୍ଡରଲ୍ୟାଣ୍ଡ ପାର୍କ ଏବଂ ଦୁବାଇର ଅଲ ଗାରହୋଡ ପରି ସ୍ଥାନଗୁଡିକରେ ହଜାର ହଜାର ଲୋକ ରଙ୍ଗରେ ଭିଜିଥାନ୍ତି।

ସେହିପରି ଆମେରିକା, ସ୍ପେନ ଆଦି ଦେଶଗୁଡ଼ିକରେ ମଧ୍ୟ ହୋଲି ପାଳନ ହୋଉଥିବାର ଦେଖିବାକୁ ମିଳେ।

Comment