ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାନ୍‌ନଗରକୁ ଉଠିଯିବ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ। ଖାନ୍‌ନଗର ନିକଟରେ ଥିବା ବିଶ୍ଵନାଥ ପାଠାଗାର ନିକଟକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ୩୦ ଏକର ଜମିରେ ଏହି ବସ୍‌ଷ୍ଟାଣ୍ଡ କରାଯିବ। 5Tଙ୍କ ସମୀକ୍ଷା ପରେ ସୂଚନା ଦେଲେ ଆର୍‌ଡିସି ଅନୀଲ ସାମଲ।

ଖାନ୍‌ନଗରରେ ଥିବା ବିଶ୍ଵନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ପାଠାଗାରକୁ ପୁଣି ବଡ଼ ଆକାରରେ ନିର୍ମାଣ କରାଯିବ। ପରେ ଏଠାରେ ଥିବା ୩୦ ଏକର ଜମିରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଏହାସହ ଗୋପାଳପୁର ବସ୍‌ଷ୍ଟାଣ୍ଡର ମଧ୍ୟ ଉନ୍ନତି କରାଯିବ ବୋଲି ସୂଚନା ଦିଆଯାଇଛି।

କଟକ ବଡ଼ ମେଡିକାଲ ପରେ ଏବେ ସରକାର କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡକୁ ଫୋକସ୍‌ ଦେଇଛନ୍ତି। ମଙ୍ଗଳବାର ସକାଳୁ 5T ସଚିବ ଭିକେ ପାଣ୍ଡିଆନ୍‌ କଟକରେ ପହଁଛି ବସ୍‌ଷ୍ଟାଣ୍ଡର ସ୍ଥିତି ସମୀକ୍ଷା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ଏସ୍‌ସିବି ସମ୍ପ୍ରାସାରଣ ପାଇଁ ସ୍ଥାନ ଓ ହାଡ଼ିଆପଠା ମଧ୍ୟ ବୁଲି ସ୍ଥିତି ସମୀକ୍ଷା କରିଥିଲେ।

ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ରାଜ୍ୟର ଗୋଟିଏ ପ୍ରମୁଖ ବସ୍‌ଷ୍ଟାଣ୍ଡ। ବର୍ତ୍ତମାନ ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ କମ୍‌ ରହିଥିବାରୁ ଏହାକୁ ଉନ୍ନତିକରଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here