ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ଘର ବନ୍ଦ ରହିବ। ଏଥିସହିତ ରାଜ୍ୟରେ ସପ୍ତମ ଶ୍ରେମୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିବ। କୋରୋନା ଭାଇରସ ଯୋଗୁଁ କେରଳରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୧୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କେରଳରେ ସମସ୍ତ ସିନେମା ହଲ୍ ବନ୍ଦ ବନ୍ଦ ରହିବ। ଏହାକୁ ମାଲାୟାଲାମ୍ ସିନେମା ସଙ୍ଗଠନ ମଧ୍ୟ ସମର୍ଥନ ଜଣାଇଛି। ସେହିପରି ରାଜ୍ୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଖୋଲା ରହିବ। କେବଳ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଦେବା ପାଇଁ ସ୍କୁଲକୁ ଆସିବେ।

ଏଥିସହିତ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।

ସାରା ଦେଶରେ କୋରୋନା ଭାଇରସ ନିଜର କାୟା ବିସ୍ତାର କରୁଛି। କେରଳ ମଧ୍ୟ ଏଥିରୁ ବାଦ୍ ପଡ଼ିନି। କେରଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment