ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ “ଫୁଡକୋଲଜିୟମ’’ ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଛି। ସୋଆର ଉପସଭାପତି ଶାଶ୍ୱତୀ ଦାସ ଏହି ଫୁଡକୋର୍ଟକୁ  କରିଛନ୍ତି। ଏହି ୫ ମହଲା ବିଶିଷ୍ଟ ଫୁଡକୋର୍ଟ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକା, ଅଧିକାରୀ ଓ କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି।

ସୋଆର ସ୍କୁଲ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଫୁଡକୋର୍ଟରେ ଉଭୟ ଭାରତୀୟ ଏବଂ ବିଦେଶୀ ଖାଦ୍ୟର ସ୍ୱାଦ ସମସ୍ତେ ଉପଭୋଗ କରିବେ। ୧୮ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏଠାରେ ବିକ୍ରି କରିପାରିବେ। ଭାରତୀୟ ଖାଦ୍ୟ ମଧ୍ୟରେ ମାଲାବାର, ଦକ୍ଷିଣ ଭାରତୀୟ, ମୁଗଲାଇ, ହାଇଦ୍ରାବାଦୀ ଏବଂ ପୂର୍ବ ଭାରତୀୟ ଖାଦ୍ୟ ମିଳିବାର ବ୍ୟବସ୍ଥା ରହିଥିବା ବେଳେ ବିଦେଶୀ ଖାଦ୍ୟ ମଧ୍ୟରେ ଚାଇନିଜ, ଇଟାଲୀଅନ, ସ୍ପାନିସ, ମେକ୍ସିକାନ ଏବଂ ଓରିଏଣ୍ଟାଲ (ସିରିଆନ ଓ ଆଫଗାନୀ) ଖାଦ୍ୟ ଏଠାରେ ମିଳିବ।

ଏହି ଫୁଡକୋର୍ଟରେ ୪ଟି ରେଷ୍ଟୁରାଣ୍ଟ ରହିଥିବାବେଳେ ତଳ ମହଲାରେ ଷ୍ଟ୍ରିଟ୍ ଫୁଡକୋର୍ଟର ବ୍ୟବସ୍ଥା ରହିଛି। ଏଥି ସହିତ ବିୟୁଟି ସ୍ପା, ସେଲୁନ, ଡିପାର୍ଟମେଣ୍ଟାଲ ଷ୍ଟୋର ଖୋଲାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏଠାରେ ଏକ ବୁଟିକ୍ ମଧ୍ୟ ଖୋଲାଯିବ ବୋଲି ଏସ.ଏଚ.ଏମ. ପକ୍ଷରୁ କୁହାଯାଇଛି।

ବୁଧବାର ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସୋଆ ଉପସଭାପତି ଶ୍ରୀମତୀ ଦାସଙ୍କ ସମେତ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ଆଇଟିଇଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଡିନ୍ ରିସର୍ଚ୍ଚ ପ୍ରଫେସର ପି.କେ.ନନ୍ଦ, ଡ଼ିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଏମଏସ ଆଣ୍ଡ ସମ ହସପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here