ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ସାଇନ୍ସ (ଆଇବିସିଏସ୍) ୨୦୧୯ ବ୍ୟାଚର ପ୍ରଥମ ବର୍ଷ ବିବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ଗୁରୁବାର କ୍ୟାମ୍ପସ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀମାନେ କିଭଳି କର୍ପୋରେଟ୍ ଦୁନିଆଁରେ କିଭଳି ପ୍ରତିଷ୍ଠା ଲାଭ କରିବେ ତାହା ଆଲୋଚନା ହେଇଥିଲା।

ଏହି କାର୍ଯ୍ୟକ୍ରମରେ ନାଲକୋର ନିର୍ଦ୍ଦେଶକ (ମାନବସମ୍ବଳ) ବସନ୍ତ କୁମାର ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଓପିଟିସିଏଲର ସିନିୟର ଜେନେରାଲ୍ ମ୍ୟାନେଜର (ଫାଇନାନ୍ସ) ନିରଞ୍ଜନ ସାହୁ ଏବଂ ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନି ଲିମିଟେଡ୍ ଭୁବନେଶ୍ୱରର ଚିଫ୍ ରିଜିଓନାଲ୍ ମ୍ୟାନେଜର ଏଲ୍. ଜ୍ୟୋତି ପ୍ରସାଦ ଓ ଇନ୍‌ଫୋସିସ୍‌ର ରିଜିଓନାଲ୍ ମ୍ୟାନେଜର ବିଶ୍ୱଜିତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଓପିଟିସିଏଲର ସିନିୟର ଜେନେରାଲ୍ ମ୍ୟାନେଜର ଫାଇନାନ୍ସ ନିରଞ୍ଜନ ସାହୁ କହିଥିଲେ, ‘‘ବିବିଏ ହେଉଛି ସବୁଠାରୁ ଭଲ ପାଠ୍ୟକ୍ରମ। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ଏବଂ ମ୍ୟାନେଜମେଣ୍ଟ ଶିକ୍ଷା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।’’

ଏହି କାର୍ଯ୍ୟକ୍ରମରେ ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିଲାବେଳେ ବିବିଏର କୋର୍ସ କୋର୍ଡିନେଟର ଡକ୍ଟର ଅୟସକାନ୍ତ ମହାନ୍ତି ଓ ଅନ୍ୟାନ୍ୟ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Comment