ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର ବିଭାଗ ପକ୍ଷରୁ ଏହି କର୍ମାଶାଳା ଆୟୋଜନ କରାଯାଇଥିଲା। କର୍ମଶାଳାକୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ସୁପରିଟେଣ୍ଡଣ୍ଟ ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ଅଜୟ ଜେନା ଓ କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଶକ୍ତି ବେଦାନ୍ତ ମିଶ୍ର ଉଦ୍‌ଘାଟନ କରିଥିଲେ।

ଅଲଟ୍ରାସାଉଣ୍ଡର ଆବଶ୍ୟକତା ଓ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ଉପରେ ଏହାର ବ୍ୟବହାର ସମ୍ପର୍କିତ ଆଲୋଚନା ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା।

କର୍ମଶାଳାରେ ବିଭିନ୍ନ ମେଡିକାଲ୍ କଲେଜର ଯୁବ ଡାକ୍ତରମାନେ ଯୋଗ ଦେଇ ଅଲଟ୍ରାସାଉଣ୍ଡ ସମ୍ପର୍କରେ ଜାଣିଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତରମାନଙ୍କୁ ରୋଗୀମାନଙ୍କ ଉପରେ ଅଲଟ୍ରାସାଉଣ୍ଡର ପ୍ରୟୋଗ କରିବା ସମ୍ପର୍କରେ ବୁଝାଯାଇଥିଲା।

Comment