ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ପ୍ରତିକ ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ବଜାୟ ରଖିବା ଏକ କଷ୍ଟକର ବିଷୟ। ମାତ୍ର ଏହି ସମସ୍ୟାର ସଫଳ ସମାଧାନର ଆବଶ୍ୟକତା ରହିଛି ବୋଲି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ବକ୍ତାମାନେ କହିଛନ୍ତି।

ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ୍ ହସ୍ପଟାଲର ଡିନ୍ ପ୍ରଫେସର ଡାକ୍ତର ସଂଘମତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବାବେଳେ ମେଡିକାଲ୍ ସୁପରିନଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। ହାସ୍ୟ ଅଭିନେତା ପପୁ ପମପମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ବକ୍ତବ୍ୟ ରଖିଥିଲେ।

ଡାକ୍ତର ଜିତ୍ରେନ୍ଦ୍ରିୟ ବିଶ୍ୱାଳ, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମିୟ ସାହୁ, ଡାକ୍ତର ହିରଣମୟ ମହାପାତ୍ର, ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ସୌମ୍ୟରଞ୍ଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡାକ୍ତର କୀର୍ତ୍ତି ଅନୁରାଗ ଧନ୍ୟବାଦ ଅର୍ପଣ କରିଥିଲେ।

ମେଡିକାଲ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଡାକ୍ତର ଓ ଅନ୍ୟମାନେ ଏଥିରେ ଯୋଗ ଦେଇଥିଲେ। ପୂର୍ବରୁ ଆୟୋଜିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

Tags: #WorldMentalHealthDay #SUMHospital #PrizeDistribution #MentalHealth #HealthyLife #LifeStyle

LEAVE A REPLY

Please enter your comment!
Please enter your name here