ଓଡ଼ିଶାଲାଇଭ୍ ବ୍ୟୁରୋ       

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସର ଏନଏସଏସ ଶାଖା ପକ୍ଷରୁ ଚନ୍ଦକା ପଞ୍ଚାୟତ କୁଜିମହଲଠାରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିବିରରେ ୧୦ ଜଣ ଚାଷୀ ଓ ଏନଏସଏସର ସ୍ୱେଚ୍ଛାସେବୀ ଯୋଗ ଦେଇ ଛତୁ ଚାଷ ସମ୍ପର୍କରେ ତାଲିମ ନେଇଛନ୍ତି। ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।

ଏହି ଶିବିରରେ ଛତୁ ଚାଷ ଏକ୍ସପର୍ଟ ରାକେଶ ରୋଶନ ଶତପଥି ଓ ସହକାରୀ ଦିବ୍ୟଜ୍ୟୋତି ସ୍ୱାଇଁ ଯୋଗ ଦେଇ ଚାଷୀଙ୍କ ସହ ଛତୁ ଚାଷ, ଏଥିରେ ଉପୁଜୁଥିବା ସମସ୍ୟା ଏବଂ ଏହାର ସମାଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଛତୁ ଚାଷ କରି କିଭଳି ଜଣେ ଚାଷୀ ରୋଜଗାର କ୍ଷମ ହୋଇପାରିବେ ସେ ନେଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ।

ଶେଷରେ ଚାଷୀମାନଙ୍କୁ ଛତୁ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏନ୍ଏସ୍ଏସର କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଏବଂ ପ୍ରୋଗ୍ରାମ ଅଫିସର ରାଜୀବ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #SOAUniversity #MushroomCultivation #Training #Farmer

LEAVE A REPLY

Please enter your comment!
Please enter your name here