ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳୁ ଥିବା ସମୟ ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ଫଳରେ ବିଭିନ୍ନ ରୋଗ ସମସ୍ୟା ଦେଖା ଦେଉଛି। ବିଶେଷ କରି ଏବେ ହୃଦରୋଗ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ବିଶ୍ୱ ହୃଦୟ ଦିବସ ଅବସରରେ ହୃଦରୋଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ମାନସିକ ଚାପରେ ନିୟନ୍ତ୍ରଣ ଆଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ହୃଦୟ ଦିବସରେ ଏକ ଉପସ୍ଥାପନା ମାଧ୍ୟମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କାର୍ଡିଓ ଭାସ୍କୁଲାର ଆଣ୍ଡ ଥୋରସିକ୍ ସର୍ଜରୀ ବିଭାଗର ସିନିଅର୍ କନ୍ସଲ୍ଟାଣ୍ଟ ଡାକ୍ତର ବନବିହାରୀ ମିଶ୍ର କହିଛନ୍ତି। ବର୍ତ୍ତମାନ ସମୟରେ ପ୍ରତ୍ୟେକ ଲୋକଙ୍କୁ ନିଜ ଖାଦ୍ୟର ଖାଦ୍ୟ ପେୟ ପ୍ରତି ସଚେତନ ହେବା ସହ ୩୦ରୁ ୪୦ ମିନିଟ ଶାରୀରିକ ପରିର୍ଶମ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ହସ୍ପିଟାଲର ସିନିଅର କନ୍ସଲ୍ଟାଣ୍ଟ ତଥା କାର୍ଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଶରତ କୁମାର ସାହୁ ନିୟନ୍ତ୍ରିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ମାନସିକ ଚାପକୁ ଏଡାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବର୍ତ୍ତମାନ ଭାରତରେ ହୃଦଘାତରେ ମୃତ୍ୟୁ ସଂଖ୍ୟ ଅଧିକ ରହିଛି। ସଚେତନତାର ଅଭାବ ଏବଂ ଅବହେଳା ଯୋଗୁଁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଅଧିକାଂଶ ଲୋକଙ୍କର ହୃଦଘାତ କାରଣରୁ ମୃତ୍ୟୁ ହେଉଛି। ପୃଥିବୀର ମୋଟ ହୃଦରୋଗୀଙ୍କ ମଧ୍ୟରେ ଭାରତରୁ କେବଳ ୬୦ ପ୍ରତିଶତ ରହିଛନ୍ତି ବୋଲି ଇନ୍ଟରଭେନ୍ସନାଲ୍ କାର୍ଡିଓଲୋଜିଷ୍ଟ ତଥା ସିନିଅର କନ୍ସଲ୍ଟାଣ୍ଟ ଡାକ୍ତର ବିଭୁତେନ୍ଦ୍ର ମହାନ୍ତି କହିଛନ୍ତି।

କାର୍ଯ୍ୟକ୍ରମରେ ସୋଆର ଚ୍ୟାନସେଲର ପ୍ରଫେସର ଡି ପି ରାୟ, କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, କଣ୍ଟ୍ରୋଲର  ଅଫ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସମର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଆଇଡିଏସ ଡିନ ପ୍ରଫେସର ନୀତା ମହାନ୍ତି, ନର୍ସିଂ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଏମଏସ ବ୍ରିଗେଡିୟର ମିଶ୍ର, ହୃଦ ବିଜ୍ଞାନ ବିଭାଗର କନ୍ସଲ୍ଟାନ୍ସ, ବିଭିନ୍ନ ବିଭାଗର ମୁଖ୍ୟ, ରୋଗୀମାନଙ୍କର ଆଟେଣ୍ଡାଣ୍ଟ ଏବଂ କର୍ମଚାରୀଙ୍କ ଗହଣରେ କେକ କାଟି ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଥିଲା।

Tags: #WorldHeartDay #HeartAttack #CardiacProblem #SumHospital #Awareness

LEAVE A REPLY

Please enter your comment!
Please enter your name here