ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ। ୧୯୮୮ ମସିହାରୁ ପ୍ରତି ବର୍ଷ ଡିସେମ୍ବର ୧ ରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଏଡ୍‌ସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜିର ଦିନକୁ ପାଳନ କରାଯାଉଛି। ଏ ବର୍ଷ ଏଡ୍‌ସ ଦିବସରେ ଥିମ ରହିଛି ‘ଲେଟ୍ସ କମ୍ୟୁନିଟିସ୍ ଲିଡ୍’।

ଏହି ଅବସରରେ ଏଡ୍‌ସ ପୀଡ଼ିତମାନଙ୍କୁ ବାଛବିଚାର ନକରି ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଜାତିସଂଘର ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏଡ୍‌ସରେ ପୀଡ଼ିତ ଲୋକଙ୍କୁ ଅନ୍ୟ ସାଧାରଣ ମଣିଷଙ୍କ ପରି ଜୀବନ ବିତାଇବାକୁ ସୁଯୋଗ ଦିଆଯିବା ନେଇ ଲୋକଙ୍କୁ ସଚେତନ କରିବାର ବାର୍ତ୍ତା ଆଜିର ଦିନରେ ଦିଆଯାଉଛି।

ଏଡ୍‌ସ ବିଶ୍ଵର ଅନ୍ୟତମ ବଡ଼ ସ୍ଵାସ୍ଥ୍ୟ ସମସ୍ୟା। ଗ୍ଲୋବାଲ ଏଚ୍‌ଆଇଭି ଆଣ୍ଡ ଷ୍ଟାଟିଟିକ୍ସର ରିପୋର୍ଟ ଅନୁଯାୟୀ ୨୦୨୨ ସୁଦ୍ଧା ସାରା ବିଶ୍ଵରେ ୩ କୋଟି ୯୦ ଲକ୍ଷ ଏଡ୍‌ସ ପୀଡ଼ିତ ରୋଗୀ ରହିଛନ୍ତି। ଏମାନଙ୍କ ଭିତରେ ୧୫ ଲକ୍ଷ ଶିଶୁ ବି ଅଛନ୍ତି। ହେଲେ ଆକ୍ରାନ୍ତଙ୍କ ମଧ୍ୟରେ ୧୫ ବର୍ଷରୁ ଅଧିକ ବୟସ୍କ ଲୋକ ସର୍ବାଧିକ ରହିଛନ୍ତି।  

ସାରା ବିଶ୍ଵରେ ଦକ୍ଷିଣ ଆଫ୍ରିକାରେ ସବୁଠାରୁ ଅଧିକ ଏଡ୍‌ସ ଆକ୍ରାନ୍ତ ରୋଗୀ ରହିଛନ୍ତି। ଏହି ଘାତକ ରୋଗ ୨୦୦୫ରେ ସର୍ବାଧିକ ୨ କୋଟି ଲୋକଙ୍କର ଜୀବନ ନେଇଥିବାବେଳେ ଅତ୍ୟାଧୁନିକ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ୨୦୧୬ରେ ଏହି ମୃତ୍ୟୁହାର ବାର୍ଷିକ ୧୦ ଲକ୍ଷକୁ ଖସିଥିଲା।

ବିଶ୍ଵ ଏଡ୍‌ସ ଅବସରରେ ଅନେକ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରାଯାଇଥାଏ।

Tags: #AIDS #WorldAIDSDay #Awareness #HealthyLife #WHO

LEAVE A REPLY

Please enter your comment!
Please enter your name here