ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାରଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ। ଏନେଇ ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର ତାପମାତ୍ରା ବଢ଼ିବ ବୋଲି ସିଇସି ପକ୍ଷରୁ କୁହାଯାଉଥିବା ବେଳେ ଉତ୍ତର ଭାରତ ପଟରୁ ଉତରା ପଶ୍ଚିମ ପବନର ପ୍ରବାହ ଯୋଗୁଁ ବର୍ତ୍ତମାନ ଶୀତର ପ୍ରକୋପ ରହିଥିବା କୁହାଯାଇଛି।

ଜାନୁଆରି ୧୫ରୁ ସକାଳେ କୁହୁଡ଼ି ମଧ୍ୟ ଅନୁଭୂତ ହେବ ବୋଲି ସିଇସି ସୂଚନା ଦେଇଛି।

ସେହିପରି ଜାନୁଆରି ୧୮ ତାରିଖରୁ ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

Comment