ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସୋମବାର ବିଶ୍ୱ ତମାଖୁ ନିବାରଣ ଦିବସ ପାଳିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ତମାଖୁ ସେବନର କ୍ଷତିକାରିତା ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ତମାଖୁ ସେବନ ନିବାରଣର ପ୍ରତିଜ୍ଞା’କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍‌ର ପ୍ରଫେସର ଅନୁରାଗ ଶତପଥୀ ତମାଖୁର ମାରାତ୍ମକ ଗୁଣ ଓ କ୍ଷତିକାରିତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଜଣେ ତମାଖୁ ସେବନଠାରୁ କିପରି ଦୂରରେ ରହିପାରିବ ସେ ସମ୍ପର୍କରେ ସେ ଅନେକ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।ଏହାପରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ମଧ୍ୟ ତାଙ୍କ ତମାଖୁ ନିବାରଣ ନେଇ ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାୟ ୯୫ ଜଣ ଅଧ୍ୟାପକ ଓ ବିଦ୍ୟାର୍ଥୀ ଯୋଗ ଦେଇ ତମାଖୁ ସେବନ ବିରୋଧରେ ପ୍ରତିଜ୍ଞା କରିଥିଲେ। ସୋଆ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ତମାଖୁ ସେବନ ନିବାରଣ ଓ ତମାଖୁ ମୁକ୍ତ କ୍ୟାମ୍ପସ ପାଇଁ ବିଦ୍ୟାର୍ଥୀମାନଙ୍କୁ ପ୍ରତିଜ୍ଞା କରାଇଥିଲେ।

Comment