ଓଡ଼ିଶାଲାଇଭ୍ ବ୍ୟୁରୋ

ସଫଳତା ପରେ ସଫଳତା ସାଉଁଟି ଚାଲିଛି କିଟ୍। ଟାଇମ୍ସ ବିବିଏ ଏଜୁକେସନ ରାକିଂ ସର୍ବେକ୍ଷଣ-୨୦୨୦ରେ ଦିତ୍ଵୀୟ ସ୍ଥାନ ଅଧିକାର କରିଛି କିଟ୍‌ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ।

ଟାଇମ୍ସ ସର୍ଭେ ପକ୍ଷରୁ ଭାରତର ପୂର୍ଣ୍ଣକାଳୀନ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା କିଛି ଶ୍ରେଷ୍ଠ ବିବିଏ କଲେଜଗୁଡ଼ିକୁ ନେଇ ଏହି ସର୍ଭେ କରାଯାଇଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରୁ ଅଗଷ୍ଟ ମାସ ୩ୟ ସପ୍ତାହ ମଧ୍ୟରେ ଏହି ସର୍ଭେଟିକୁ କରାଯାଇଥିଲା। ପୂର୍ଣ୍ଣକାଳୀନ ବିବିଏ ପାଠ୍ୟକ୍ରମ ସହିତ, ବିଜନେସ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ କିଟ୍‌ ଛାତ୍ରଛାତ୍ରୀମାନଙ୍କ ସଫଳତା, ବିଶ୍ଵସ୍ତରୀୟ ପାଠ୍ୟକ୍ରମ ବ୍ୟବସ୍ଥା, ଉତ୍ତମ ଟିଚିଂ ଷ୍ଟାଫ୍ ସହ କିଟ୍‌ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟକୁ ଏହି ସଫଳତା ମିଳିଛି।BGU କିଟ୍ର ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କିଟ୍ ଏବଂ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

Comment