ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜିର ବଡ଼ ଖବର। ୦୧ ଏପ୍ରିଲ, ୨୦୨୧

  • ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ୨୧ ଜିଲ୍ଲାର ଲୋକଙ୍କୁ ଘରେ ରହିବା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
  • ଏପ୍ରିଲ ମାସର ସମସ୍ତ ଛୁଟି ଦିନରେ କରୋନା ଟିକାଦାନ ଚାଲୁ ରଖିବା ପାଇଁ ଘରୋଇ ଓ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ
  • ନେସ୍କୋକୁ ବି ନେଲା ଟାଟା ପାୱାର କମ୍ପାନି, ଏବେ ସମଗ୍ର ରାଜ୍ୟର ବିଦ୍ୟୁତ ଯୋଗାଣ ଟାଟା ହାତରେ
  • ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ରାଜ୍ୟ ବିଜେପି
  • ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ଅମୀର କୁମାର ଭୂୟାଁ ଗିରଫ
  • ସମ୍ବଲପୁର ନାକଟିଦେଉଳ ଥାନା ଅନ୍ତର୍ଗତ କିସିନ୍ଦା ଗାଁରେ ମା’ ଝିଅଙ୍କୁ ଘର ଭିତରେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ
  • ଉତ୍କଳ ବିଶ୍ଵବିଦ୍ୟାଳୟ କୁଳାଧିପତିଙ୍କୁ ଏକ ବର୍ଷର ଦରମା ଦାନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ପୁରୀ ଗଜପତି ମହାରାଜା
  • ଅନୁଗୁଳ ଜିଲ୍ଲାରେ ପୋଲିସ ପକ୍ଷରୁ ପିଙ୍କ ପାଟ୍ରୋଲିଂ ଆରମ୍ଭ ହେଲା, ସହରର ସମ୍ବେଦନଶୀଳ ଅଞ୍ଚଳ ଉପରେ ଏହି ମହିଳା ପୋଲିସ ଟିମ ନଜର ରଖିବେ
  • କଟକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଏକ ଶତ ବର୍ଷ ପୂରଣ ଉପଲକ୍ଷେ ଭିତ୍ତିଚିତ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Comment