ଓଡ଼ିଶାଲାଇଭ୍ ବ୍ୟୁରୋ

  • ବୁଧବାର ରାଜ୍ୟରୁ ୨୯୭ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନରୁ ୧୭୪, ଲୋକାଲେ କେସ୍ ୧୨୩
  • ମୋଟ୍ ସଂକ୍ରମଣ ୩,୪୦,୯୧୭ ଛୁଇଁଲା

ଓଡ଼ିଶାକୁ ପୁଣି ଘାରିଲାଣି କରୋନା ଡର। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହେବାରେ ଲାଗିଛି। ବୁଧବାର ରାଜ୍ୟର ୨୪ଟି ଜିଲ୍ଲା ଏବଂ ଷ୍ଟେଟ ପୁଲ୍‌କୁ ମିଶାଇ ୨୯୭ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୯୭ଟି କେସ୍ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୧୨୩। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୮ ଜଣ, ଖୋର୍ଦ୍ଧାରୁ ୩୩ ଜଣ, ନୂଆପଡ଼ାରୁ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଅନ୍ୟ ସବୁ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କରୋନା କେସ୍ ଚିହ୍ନଟ ହୋଇଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭କୁ ଛୁଇଁଛି। ସେହିପରି ଏଯାବତ୍ ୩ ଲକ୍ଷ ୩୬ ହଜାର ୯୩୦ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୦୧୩ଟି କରୋନାର ସକ୍ରିୟ କେସ୍ ରହିଛି।

Comment