ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ବଡ଼ ଖବର, ୩୦ ମାର୍ଚ୍ଚ, ୨୦୨୧

  • ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଅଜିତ ମଙ୍ଗରାଜ ଏବଂ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀଙ୍କ ପ୍ରାର୍ଥିପତ୍ର ଦାଖଲ
  • ଅତ୍ୟଧିକ କେନ୍ଦ୍ର ଟିକସ ଯୋଗୁଁ ରାଜ୍ୟରେ ଖାଇବା ତେଲ ଦାମ ବଢୁଛି ବୋଲି କହିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • କନ୍ଧମାଳ ଜିଲ୍ଲା ଗୋଛାପଡ଼ାରେ ମାଓବାଦୀଙ୍କ କ୍ୟାମ୍ପକୁ ଧ୍ଵଂସ କଲେ ସୁରକ୍ଷା କର୍ମଚାରୀ, ଗୁଳି ବିନିମୟ ଘଟିଥିବା ଖବର
  • ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଏପ୍ରିଲ ୨ ତାରିଖରୁ ବର୍ଷା ସମ୍ଭାବନା
  • ଆସନ୍ତା ମାସରେ ରାଜ୍ୟର ବ୍ୟାଙ୍କଗୁଡ଼ିକ ଦଶ ଦିନ ବନ୍ଦ ରହିବ, ଶନିବାର ଓ ରବିବାରକୁ ମିଶାଇଲେ ୧୫ ଦିନ ବନ୍ଦ
  • ଉଡାଣ ଯୋଜନା ଅଧୀନରେ ଭୁବନେଶ୍ଵରରୁ ଭୋପାଳ ଦେଇ ପ୍ରୟାଗରାଜକୁ ବିମାନ ସେବା ଆରମ୍ଭ
  • ୨୦୪୧ ମସିହା ପର୍ଯ୍ୟନ୍ତ କଟକ-ଭୁବନେଶ୍ୱରେ ମେଟ୍ରୋ ରେଳ ଚାଲିବାର ସମ୍ଭାବନା ନାହିଁ କହିଲେ ମନ୍ତ୍ରୀ ପ୍ରତାପ ଜେନା
  • ୪୫ ବର୍ଷରୁ ଅଧିକ ବୟସ୍କ ଥିବା ଭୁବନେଶ୍ଵରର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷକଙ୍କୁ ଟିକା ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ବିଏମସି କମିସନର
  • ଗଞ୍ଜାମ ତାରାତାରିଣୀଙ୍କ ପୀଠରେ ଚୈତ୍ର ଯାତ୍ରା ଆରମ୍ଭ, ଶ୍ରଦ୍ଧାଳୁଙ୍କୁ ବସରେ ଯିବା ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ
  • କରୋନା ସଂକ୍ରମଣ ବୃଦ୍ଧି ପାଇଁ ନୂଆପଡ଼ା ଜିଲ୍ଲାରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ

Comment