ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନ ଯାକର ବଡ଼ ଖବର। ଏପ୍ରିଲ ୬, ୨୦୨୧

  • ରାଜ୍ୟରେ କୋରନା ସଂକ୍ରମଣ ରୋକିବାକୁ ଏକ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ କରିବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ମଙ୍ଗଳବାର ସନ୍ଧ୍ୟାରେ ଆଉ ସାଢ଼େ ତିନି ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ପହଞ୍ଚିଛି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ତଥାପି ନିଅଣ୍ଟ ପଡ଼ିବ
  • ବଡମ୍ବା ବ୍ଲକର ବୁଢ଼ାପଙ୍କ ଓ ଭଗତପୁର ଗାଁରେ ଜମି ବିବାଦକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ, ଦୁଇ ଜଣ ନିହତ ଓ ଦଶ ଆହତ
  • ଜନ ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ କରୋନା ମାମଲା ବୃଦ୍ଧି ପାଉଛି ସତ ହେଲେ ପରିସ୍ଥିତି ଜଟିଳ ନୁହେଁ
  • ବିଭିନ୍ନ ଅସୋସିଏସନର ଦାବି କ୍ରମେ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ତାରିଖ ବଢ଼ିଲା, ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହା ଦେଇହେବ
  • ଆଠ ତାରିଖରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ତାପମାତ୍ରା ଖସିବ କହିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
  • କଟକ ଘରୋଇ ହସ୍ପିଟାଲଗୁଡ଼ିକ ଯଦି ରୋଗୀଙ୍କୁ ହରକତ କରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲେ କେନ୍ଦ୍ରାଞ୍ଚଳ ଆରଡିସି
  • ଦଶ ଜଣ କୋଭିଡ ପଜିଟିଭ ବହାରିବାରୁ ଭୁବନେଶ୍ୱର ଟଙ୍କପାଣି ରୋଡରେ ଥିବା ତରୁ ଆପାର୍ଟମେଣ୍ଟକୁ ୧୦ ଦିନ ପାଇଁ ସିଲ କଲା ବିଏମସି
  • ବାରଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ୭୨ ଘଣ୍ଟା ମଧ୍ୟରେ କରା ଯାଇଥିବା ଆର୍‌ଟି ପିସିଆର ରିପୋର୍ଟ ବାଧ୍ୟତାମୂଳକ କଲା ପୁରୀ ପ୍ରଶାସନ
  • ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ଘଟଣାରେ ବୁଧବାର ଦିନ ଅନୁଗୁଳ ବନ୍ଦ ଡାକରା ଦେଲା ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ

Comment