ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଥିବା ଶିଶୁମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଛି।

ସୋଆର ନିର୍ଦ୍ଦେଶକ ଓ  ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ ଶନିବାର ନୂଆ ପୋଷାକ ବଣ୍ଟନ କରିଛନ୍ତି।

ଗତ ୨୭ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ କରାଯାଉଥିବା ଏହି ଅସ୍ତ୍ରୋପଚାର ସୋଆ, ଇଙ୍ଗା ହେଲ୍‌ଥ ଫାଉଣ୍ଡେସନ୍ ଓ ଅପରେସନ୍ ସ୍ମାଇଲ୍‌ର ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଦେଶ ବିଦେଶର ତାଲିମ ପ୍ରାପ୍ତ ଡାକ୍ତରୀ ଦଳ ଏହି ଅଭିଯାନରେ ସାମିଲ ହୋଇଥିଲେ। ୧୫୦ରୁ ଅଧିକ ଶିଶୁମାନଙ୍କର ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଛି।

Comment