ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ମୁକାବିଲା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ଘରୋଇ ଲ୍ୟାବରେ କୋରୋନା ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବାକୁ ହସ୍ପିଟାଲକୁ କୁହାଯାଇଛି। ଆକ୍ରାନ୍ତ ଦେଶକୁ ଯାଇଥିଲେ ନିଜେ ମେଡିକାଲ କର୍ତ୍ତୃପକ୍ଷ କିମ୍ଵା ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ କୋରୋନା ସମ୍ପର୍କରେ ଗୁଜବ ପ୍ରଚାର କଲେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ। ସନ୍ଦିଗ୍ଧ ଯଦି ଗାଇଡଲାଇଲ ନମାନନ୍ତି ଆଇପିସି ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ ହେବା ସହ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଦେଶରେ କୋରୋନାକୁ ନେଇ ଲୋକ ଭୟଭୀତ ହେବାର ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୭୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସହ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here