ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କୋରୋନା ଲାଗି ୨୦୦ କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁରୀ ମିଳିଛି।

ଏହାଛଡ଼ା ଅଧିକ ମାତ୍ରାରେ ମାସ୍କ, ପେପର୍‌ ସାବୁନ, ପରିମଳ ସାମଗ୍ରୀ ଉପଲବ୍ଧ ରଖିବାକୁ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।

ଏହାସହ ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ-୧୯୫୦ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Comment