ଓଡ଼ିଶାଲାଇଭ୍ ବ୍ୟୁରୋ

୫୫ ବର୍ଷରେ ପହଞ୍ଚିଛନ୍ତି ବଲିଉଡ୍ର ସୁପରଷ୍ଟାର ଅମିର ଖାନ୍। ଅମିର ଖାନ ୧୪ ମାର୍ଚ୍ଚ ୧୯୬୫ ମସିହାରେ ମହାରାଷ୍ଟ୍ରର ମୁମ୍ଵାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ତାଙ୍କ ୫୫ତମ ଜନ୍ମ ଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ବଲିଉଡ୍ର ଅନେକ ଆଗଧାଡ଼ିର କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅମିର ଖାନ୍ଙ୍କ ବାପାଙ୍କ ନାଁ ତାହିର ହୁସେନ ଓ କାକା ନାସିର ହୁସେନ ଚଳଚ୍ଚିତ୍ର ନିର୍ମାତା। ଘରେ ପିଲା ବେଳୁ ଚଳଚ୍ଚିତ୍ର ପରିବେଶ ଥିବାରୁ ଚଳଚ୍ଚିତ୍ର ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ। ଅମିର ୧୯୭୩ ମସିହାରେ ତାଙ୍କ ମାମୁ ନାସିର ହୁସେନଙ୍କ ୟାଦୋ କି ବାରାତ୍ ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୭୪ ମସିହାରେ ମଦହୋଶ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ପରେ ୧୧ ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହିଥିଲେ।
ପରେ ସେ ୧୯୮୮ ମସିହାରେ କୟାମତ୍ ସେ କୟାମତ୍ ତକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ। ୧୯୯୦ ମସିହାରେ ସେ ବଲିଉଡ୍ର ଜଣ ଆଗ ଧାଡ଼ିର ଅଭିନେତା ହୋଇଥିଲେ। ରାଜା ହିନ୍ଦୁସ୍ତାନୀ, ମେଲା, ମନ୍, ଜୋ ଜିତା ଓ୍ଵହି ସିକନ୍ଦର, ଦିଲ୍, ଫନା, ଗଜନି, ୩ ଇଡିଅଟ୍, ପିକେ ଭଳି ଚଳଚ୍ଚିତ୍ର କରି ଅନେକ ପୁରସ୍କାର ହାସଲ କରିଛନ୍ତି।
















