ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକାରେ ଜାତୀୟ ଜରୁରୀକାଳିନ ପରିସ୍ଥିତି ଘୋଷଣା ହୋଇଛି। ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଆମେରିକାରେ ବର୍ତ୍ତମାନ ସୁଦ୍ଧା ୪୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୨ହଜାରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ମୁକାବିଲା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ପାଇଁ ୩୭ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା ଯାଞ୍ଚ କରାଇବା ନେଇ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ବ୍ରାଜିଲ୍ ଗସ୍ତ କରିଥିଲେ। ବ୍ରାଜିଲ ଗସ୍ତ ବେଳେ ବ୍ରାଜିଲର ମନ୍ତ୍ରିମଣ୍ଡଳକୁ ଭେଟିଥିଲେ। ଏବେ ବ୍ରାଜିଲ୍‌ ମନ୍ତ୍ରୀମଣ୍ଡଳରେ ଜଣେ ଅଧିକାରୀଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଏହାପରେ ଆମେରିକା ରାଷ୍ଟ୍ରପତି ମଧ୍ୟ କରୋନା ଯାଞ୍ଚ କରାଇବେ ବୋଲି କହିଛନ୍ତି।

ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ନିଜର କରୋନା ଯାଞ୍ଚ କରାଇବେ। ଇଭାଙ୍କା ଟ୍ରମ୍ପ ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ ପିଟର ଡଟନଙ୍କୁ ଭେଟିଥିଲେ। କିଛିଦିନ ତଳେ ପିଟର ଡଟନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ଇଭାଙ୍କା ଟ୍ରମ୍ପ କରୋନା ଯାଞ୍ଚ କରାଇବେ।

ସାରା ବିଶ୍ୱରରେ କରୋନା କାୟା ବିସ୍ତାର କରିବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ସଚେତନମୂଳକ ପଦକ୍ଷେପ ନେଉଛନ୍ତି।

Comment