ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ନିର୍ଦ୍ଦେଶକ ପଦବୀ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୩୦ ଦିନ ମଧ୍ୟରେ କରିପାରିବେ ଆବେଦନ।
ପଦବୀ– ନିର୍ଦ୍ଦେଶକ (ଅପରେସନ୍)
ଯୋଗ୍ୟତା:
ଇଲେକ୍ଟ୍ରିକାଲ ବିଭାଗରେ ବି.ଟେକ୍ ଡିଗ୍ରୀ ହାସଲ କରିବା ସହ ସଂପୃକ୍ତ ପଦବୀରେ ଅତିକମରେ ୨୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ବୟସ– ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ୪୫ରୁ ୫୭ ବର୍ଷ
ଦରମା– ୧,୩୫,୧୦୦ରୁ ୨,୧୬,୮୦୦ ଟଙ୍କା
ଆବେଦନ ପ୍ରକ୍ରିୟା:
ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏହି ନିଯୁକ୍ତି ୫ବର୍ଷ ପାଇଁ ଚୁକ୍ତିଭିତ୍ତିକ ରହିବ।
- ଠିକଣା- ପ୍ରିନ୍ସିପାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ, ପବ୍ଲିକ୍ ଏଣ୍ଟପ୍ରାଇଜେସ୍ ଡିପାର୍ଟମେଣ୍ଟ, ଓଡ଼ିଶା ସେକ୍ରେଟାରିଏଟ୍, ଭୁବନେଶ୍ୱର-୭୫୧୦୦୧
- ଇ ମେଲ୍-or@nic.in
ଏହି ନିଯୁକ୍ତି ବିଷୟରେ ସବିଶେଷ ତଥ୍ୟ ପାଇଁ pe.odisha.gov.in ରେ କ୍ଲିକ୍ କରନ୍ତୁ।
source: www.chakiri.plus


















