ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା କୋଦାଳ ଥାନା ଅନ୍ତର୍ଗତ ଅଙ୍ଗାରା ପଞ୍ଚାୟତର ଟୁନା ନାୟକ (୨୬) ନାମକ ଜଣେ ଯୁବକ କୁଏତ୍ରେ କିଛି ଦିନ ହେବ ନିଖୋଜ ଅଛନ୍ତି। ମାର୍ଚ୍ଚ ୨ରୁ ସେ ନିଖୋଜ ଥିବା ନେଇ ପରିବାର ଲୋକ ଗଞ୍ଜାମ ବେଗୁନିଆପଡ଼ା ପାଣ୍ଡିରେ ଅଭିଯୋଗ କରିଛନ୍ତି।
ଟୁନା କୁଏତର ଏକ ଘରୋଇ କମ୍ପାନିରେ ଟେଲର ଭାବେ କାମ କରୁଥିଲେ। ଗତ ୨ ତାରିଖ ସେ ଘରକୁ ଟଙ୍କା ପଠାଇବାକୁ ଏକ ଏଟିଏମକୁ ଯାଇଥିଲେ। ହେଲେ ତା’ ପରେ ଟୁନାଙ୍କୁ ତାଙ୍କ ପରିବାର ଲୋକ ଫୋନ୍ କରିଥିଲେ ହେଲେ ଫୋନ୍ ଲାଗି ନଥିଲା।
କୁଏତରେ ରହୁଥିବା ଟୁନାଙ୍କ ଜଣେ ବନ୍ଧୁ ଟୁନାଙ୍କ ନିଖୋଜ ଖବର ପରିବାର ବର୍ଗଙ୍କୁ ଜଣାଇଥିଲେ। ପରେ ଟୁନାଙ୍କ ପରିବାର ଲୋକ ଟୁନା କାମ କରୁଥିବା କମ୍ପାନି ସହ ଯୋଗାଯୋଗ କରିଥିଲେ। ହେଲେ ଟୁନାଙ୍କ କୌଣସି ଖବର ମିଳିପାରି ନଥିଲା। ଏହାପରେ ଟୁନାଙ୍କ ପରିବାର ଲୋକ ନିରାଶ ହୋଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଇଥିଲେ।

















