ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ରାତି ୮ଟା ବେଳେ କରୋନାକୁ ନେଇ ଦେଶବାସୀଙ୍କୁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସୂଚନା ଦେଇଛନ୍ତି।
वैश्विक महामारी कोरोना वायरस के बढ़ते प्रकोप के संबंध में कुछ महत्वपूर्ण बातें देशवासियों के साथ साझा करूंगा। आज, 24 मार्च रात 8 बजे देश को संबोधित करूंगा।
Will address the nation at 8 PM today, 24th March 2020, on vital aspects relating to the menace of COVID-19.
— Narendra Modi (@narendramodi) March 24, 2020
ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵରେ ମହାମାରୀ ରୂପ ନେଇଛି କରୋନା ଭାଇରସ। ଏନେଇ କେତେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଦେଶବାସୀଙ୍କ ସହ ଆଲୋଚନା କରିବାକୁ ଚାହୁଁଛି। ଏଥିପାଇଁ ଆଜି ରାତି ୮ଟା ବେଳେ ମୁଁ ଦେଶବାସୀଙ୍କୁ ସମ୍ବୋଧିତ କରିବି।
ଏହାପୂର୍ବରୁ ମାର୍ଚ୍ଚ ୧୯ତାରିଖରେ କରୋନା ଭାଇରସକୁ ନେଇ ଦେଶାବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଦାନମନ୍ତ୍ରୀ। ସେହି ସମୟରେ କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ୨୨ମାର୍ଚ୍ଚ ଦିନ ଜନତା କର୍ଫ୍ୟୁ ଘୋଷଣା କରିଥିଲେ।
ଦେଶରେ ହୁ ହୁ ହୋଇ କରୋନା ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍ଡାଉନ ଘୋଷଣା ହୋଇଛି। କରୋନାଠାରୁ ରକ୍ଷାପାଇବା ପାଇଁ ଲକ୍ଡାଉନ ନିୟମକୁ ମାନବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ।