ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଆଜି ରାତି ୧୨ଟାରୁ ପୂରା ଦେଶ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ୨୧ ଦିନ ଯାଏଁ ଏହି ‘ଲକ୍ଡାଉନ୍’ ଜାରି ରହିବ।
ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଜିଲ୍ଲା, ସହର ଏବଂ ଗାଁରେ ଏହି ନିୟମ ଲାଗୁ ହେବ। କୌଣସି ଲୋକ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନତା କର୍ଫ୍ୟୁଠାରୁ ଲହି ଲକ୍ ଡାଉନ୍ ଗୋଟେ ପାଦ ଆଗରେ ରହିବ।
‘‘ମୁଁ ଆପଣମାନଙ୍କୁ କିଛି ସପ୍ତାହ ମାଗିଥିଲି। ଏବେ ୩ ସପ୍ତାହ ମାଗୁଛି। ଆଜି ରାତିରୁ କରୋନା ପାଇଁ ପୂରା ଦେଶ ଲକ୍ଡାଉନ୍ ରହିବ। ଏହା ଏକ ପ୍ରକାର କର୍ଫ୍ୟୁ କହିଲେ ଭୁଲ୍ ହେବନି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।


















