ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରୁ ଦେଶକୁ ବ୍ୟାପି ଚାଲିଛି କରୋନା। ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ବିଭିନ୍ନ ଦେଶରେ ଅଣାୟତ୍ତ ହୋଇପଡ଼ିଛି। କରୋନାର ତାଜା ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କ’ଣ ସୂଚନା ଦେଲେ ତାହା ଜାଣନ୍ତୁ:-
- ଆସନ୍ତା ୧୫ ଦିନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
- ଏହି ୧୫ ଦିନ ସତର୍କ ରହିବ ଏବଂ ସଜାଗ ହେବା।
- ପ୍ରତି ବର୍ଗ କିଲୋମିଟରରେ କେତେ ଲୋକ ରହୁଛନ୍ତି ତା’ ଉପରେ ଧ୍ୟାନ ଦେବା।
- ଏଥିପ୍ରତି ସତର୍କ ନରହିଲେ କରୋନା ବ୍ୟାପିବାର ସମ୍ଭାବନା ଅଧିକ।
- ଓଡ଼ିଶାରେ ୩ କରୋନା ପଜିଟିଭ୍
- ପ୍ରଥମ ପଜିଟିଭ୍ ମାର୍ଚ୍ଚ ୧୫, ଦ୍ଵିତୀୟ ୧୯ ଏବଂ ତୃତୀୟ କେସ୍ ୨୬ରେ ଆସିଥିଲା।
- ଓଡ଼ିଶା ଜନବହୁଳ ସହରଗୁଡ଼ିକ ଉପରେ କଡ଼ା ନଜର ରଖିବା ଦରକାର।
- ୨୦୦ ଦେଶକୁ ବ୍ୟାପିଲା କରୋନା ଭାଇରସ୍।
- ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୯ ହଜାର ୯୩୬।
- ମୃତ୍ୟୁ ସଂଖ୍ୟା ୩୮ ହଜାର ୧୦୩।
- ଭାରତରେ ମଧ୍ୟ କରୋନା ବ୍ୟାପି ଚାଲିଛି।
- ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧, ମୃତ୍ୟୁ ସଂଖ୍ୟା ୩୨।
- ୪୭୩ ନମୁନାରୁ ୩ ପଜିଟିଭ୍।
- ହେଲ୍ପ ଲାଇନ୍ ନମ୍ବର ୧୦୪ରେ ୧୧ ହଜାର ୫୭୫ ଜଣ କରିଛନ୍ତି ପଞ୍ଜୀକରଣ।
- ୪ ହଜାର ୩୦୪ ବିଦେଶ ଫେରନ୍ତା କଲେ ପଞ୍ଜୀକରଣ।
- ୧୫ ଦିନ ଯାଏଁ ଲକ୍ଡାଉନ୍ ମାନନ୍ତୁ। ସାବୁନରେ ବାରମ୍ବାର ହାତ ଧୁଅନ୍ତୁ।








ଦେଶରୁ ଦେଶକୁ ବ୍ୟାପି ଚାଲିଛି କରୋନା। ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ବିଭିନ୍ନ ଦେଶରେ ଅଣାୟତ୍ତ ହୋଇପଡ଼ିଛି। କରୋନାର ତାଜା ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କ’ଣ ସୂଚନା ଦେଲେ ତାହା ଜାଣନ୍ତୁ:-









