ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶରୁ ଦେଶକୁ ବ୍ୟାପି ଚାଲିଛି କରୋନା। ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ବିଭିନ୍ନ ଦେଶରେ ଅଣାୟତ୍ତ ହୋଇପଡ଼ିଛି। କରୋନାର ତାଜା ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କ’ଣ ସୂଚନା ଦେଲେ ତାହା ଜାଣନ୍ତୁ:-

  • ଆସନ୍ତା ୧୫ ଦିନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
  • ଏହି ୧୫ ଦିନ ସତର୍କ ରହିବ ଏବଂ ସଜାଗ ହେବା।
  • ପ୍ରତି ବର୍ଗ କିଲୋମିଟରରେ କେତେ ଲୋକ ରହୁଛନ୍ତି ତା’ ଉପରେ ଧ୍ୟାନ ଦେବା।
  • ଏଥିପ୍ରତି ସତର୍କ ନରହିଲେ କରୋନା ବ୍ୟାପିବାର ସମ୍ଭାବନା ଅଧିକ।
  • ଓଡ଼ିଶାରେ ୩ କରୋନା ପଜିଟିଭ୍‌
  • ପ୍ରଥମ ପଜିଟିଭ୍‌ ମାର୍ଚ୍ଚ ୧୫, ଦ୍ଵିତୀୟ ୧୯ ଏବଂ ତୃତୀୟ କେସ୍‌ ୨୬ରେ ଆସିଥିଲା।
  • ଓଡ଼ିଶା ଜନବହୁଳ ସହରଗୁଡ଼ିକ ଉପରେ କଡ଼ା ନଜର ରଖିବା ଦରକାର।
  • ୨୦୦ ଦେଶକୁ ବ୍ୟାପିଲା କରୋନା ଭାଇରସ୍‌।
  • ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୯ ହଜାର ୯୩୬।
  • ମୃତ୍ୟୁ ସଂଖ୍ୟା ୩୮ ହଜାର ୧୦୩।
  • ଭାରତରେ ମଧ୍ୟ କରୋନା ବ୍ୟାପି ଚାଲିଛି।
  • ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧, ମୃତ୍ୟୁ ସଂଖ୍ୟା ୩୨।
  • ୪୭୩ ନମୁନାରୁ ୩ ପଜିଟିଭ୍‌।
  • ହେଲ୍ପ ଲାଇନ୍‌ ନମ୍ବର ୧୦୪ରେ ୧୧ ହଜାର ୫୭୫ ଜଣ କରିଛନ୍ତି ପଞ୍ଜୀକରଣ।
  • ୪ ହଜାର ୩୦୪ ବିଦେଶ ଫେରନ୍ତା କଲେ ପଞ୍ଜୀକରଣ।
  • ୧୫ ଦିନ ଯାଏଁ ଲକ୍‌ଡାଉନ୍‌ ମାନନ୍ତୁ। ସାବୁନରେ ବାରମ୍ବାର ହାତ ଧୁଅନ୍ତୁ।

Comment