ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକରେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ୪୮ ଘଣ୍ଟା ପାଇଁ ଲକଡାଉନ୍ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ୱର ଓ ଭଦ୍ରକ ସହର ଭଳି କଟକ ମଧ୍ୟ ଶୁକ୍ରବାର ରାତି ୮ରୁ ରବିବାର ୮ଟା ପର୍ଯ୍ୟନ୍ତ ସଟଡାଉନ୍ ହୋଇ ରହିବ।
ଶୁକ୍ରବାର ରାଜ୍ୟର ଷଷ୍ଠ କରୋନା ପଜଟିଭ୍ କଟକରେ ଚିହ୍ନଟ ହୋଇଛି। ଯୁବକଜଣକ କିଛି ଦିନ ତଲେ ଦିଲ୍ଲୀରୁ ଫେରିଥିବା ସୂଚନା ରହିଛି। କଟକରେ କରୋନା ଚିହ୍ନଟ ହେବା ପରେ ଏହାକୁ ତୁରନ୍ତ ସଟଡାଉନ୍ ଘୋଷଣା କରାଯାଛି।

କଟକ ସଟଡାଉନ୍ ହେବା ପରେ ଏବେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ୩ଟି ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ଭଦ୍ରକ ବନ୍ଦ ହୋଇପଡ଼ିବ। ସହରର ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହିତ ଜରୁରୀକାଳୀନ ସେବା ବି ଏକ ପ୍ରକାର ବନ୍ଦ ରହିବ। କେବଳ ଅଳ୍ପ କେତୋଟି ମେଡିସିନ୍ ଷ୍ଟୋର ଖୋଲାରହିବ ବୋଲି କୁହାଯାଇଛି।
















