ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ତବଲିଗୀ ଜମାତ ଉପରେ ଚଢ଼ାଉ ଆରମ୍ଭ ହୋଇଛି। ଅର୍ଥ କେଉଁଠୁ ଆସିଲା ଓ ବିଦେଶୀଙ୍କ ସମ୍ପର୍କ ବିଷୟରେ ଏବେ ଏହି ସଂସ୍ଥାକୁ ଜଣାଇବାକୁ ପଡ଼ିବ। ଗତ ତିନି ବର୍ଷ ମଧ୍ୟରେ ଜମାତ କେତେ ଟ୍ୟାକ୍ସ ଦେଇଛି, ବ୍ୟାଙ୍କ ଆକାଉଣ୍ଟକୁ କୋଉଠୁ ଟଙ୍କା ଆସିଛି  ଏହି ସବୁ ବିବରଣୀ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ମର୍କଜର ମୁଖିଆ ମୌଲାନା ସାଦ ଓ ଅନ୍ୟ ୬ ଜଣ ସଦସ୍ୟଙ୍କ ପାଖରୁ ବିଦେଶୀ ଓ ଭାରତୀୟ ସଭ୍ୟଙ୍କ ତାଲିକା ବି ମଗାଯାଇଛି।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଯେଉଁ ଜମାତର ସଦସ୍ୟମାନେ ଦେଶ ତମାମ କରୋନା ସଂକ୍ରମଣର କାରଣ ହୋଇଛନ୍ତି ସେମାନଙ୍କ ଗୁମର ଖୋଲିବା ପାଇଁ ଏବେ ସରକାର ଅଣ୍ଟା ଭିଡ଼ିଛନ୍ତି। ସଂସ୍ଥାର ମୁଖ୍ୟ ଓ ଅନ୍ୟ ୭ ଜଣ କର୍ମକର୍ତ୍ତାଙ୍କୁ ଏନେଇ ଏକାଧିକ ନୋଟିସ ଜାରି କରାଯାଇଛି। ତା’ ଛଡ଼ା ଦିଲ୍ଲୀ ପୋଲିସ ପକ୍ଷରୁ ସମ୍ମିଳନୀର ବିବରଣୀ ମଗାଯାଇଛି।

ପ୍ରକୃତରେ ସେଠାକୁ କେତେ ଲୋକ ଆସିଥିଲେ,ସେମାନଙ୍କ ମଧ୍ୟରୁ କାହାର ଦେହ ଖରାପ ହୋଇଥିଲା, ସଙ୍ଗଠନକୁ ଯେଉଁ କର୍ଫ୍ୟୁ ପାସ ଦିଆଯାଇଥିଲା ତାହାକୁ କିଏ ବ୍ୟବହାର କରିଥିଲେ ଓ ମାର୍ଚ୍ଚ ୧୨ ପରେ କେଉଁ ପୋଲିସ ଅଫିସର ସେଠାକୁ ଯାଇଥିଲେ ତାର ଛାନଭିନ ବି ଆରମ୍ଭ ହୋଇଛି।

Comment