ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାଜ୍ୟ ତଥା ଦେଶ ଓ ବିଶ୍ୱର କରୋନା ଅପଡେଟ୍ ଦେବା ସହିତ ରାଜ୍ୟବାସୀଙ୍କୁ ସୁରକ୍ଷିତ ରହିବାକୁ କୁହାଯାଇଛି।
ମାସ୍କ ନପିନ୍ଧିଲେ ଫାଇନ୍
- ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡ଼ିବ ଫାଇନ୍।
- ପ୍ରଥମ ତିନିଥର ମାସ୍କ ନପିନ୍ଧି ଆଇନ୍ ଭାଙ୍ଗିଲେ ଦେବାକୁ ପଡ଼ିବ ୨୦୦ ଟଙ୍କା।
- ତିନି ଥରରୁ ଅଧିକ ଥର ନିୟମ ଉଲ୍ଲଂଘନ କଲେ ୫ଶହ ଟଙ୍କା ଫାଇନ୍।
- ରୁମାଲ, ଗାମୁଛା, ଲୁଗା କିମ୍ବା ଓଢ଼ଣୀକୁ ମାସ୍କ ଭଳି ବ୍ୟବହାର କରିପାରିବେ।
- ୨ ବର୍ଷରୁ କମ୍ ଶିଶୁ, ଶ୍ୱାସ ରୋଗୀ ଓ ଅଚେତ୍ ଲୋକଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ।
ଓଡ଼ିଶାରେ କରୋନା
- ଓଡ଼ିଶାରେ ୨୮୪୧ ନମୁନାରୁ ୪୪ କରୋନା ପଜିଟିଭ୍।
- ବର୍ତ୍ତମାନ ରାଜ୍ୟରେ ୪୧ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।
- ରାଜ୍ୟରେ କରୋନାରୁ ୨ ସୁସ୍ଥ , ଜଣେ ମୃତ।
- ବର୍ତ୍ତମାନ ଓଡ଼ିଶାରେ ୧୦୬ ବ୍ୟକ୍ତି ଆଇସୋଲେସନରେ ଅଛନ୍ତି ।
- କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୬ ।
ବିଶ୍ୱ ଓ ଦେଶରେ କରୋନା
- ବିଶ୍ୱର ୨୦୯ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
- ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୨୩,୮୯୮କୁ ବୃଦ୍ଧି ।
- କରୋନାରେ ପ୍ରାଣ ହରାଇଲେଣି ୮୮,୯୫୬ ଜଣ ଲୋକ।
- ସକାଳ ୯ଟା ସୁଦ୍ଧା ଭାରତରେ ୫୭୩୪ ଜଣ କରୋନା ଆକ୍ରାନ୍ତ।
- ଭାରତରେ ୪୭୨ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
- ୧୬୬ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।
- ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୧୬।
ସ୍ୱତନ୍ତ୍ର କରୋନା ହସ୍ପିଟାଲ
- ଗଜପତି ଜିଲ୍ଲାରେ ଖୋଲିଲା ନୂଆ କୋଭିଡ୍ -୧୯ ହସ୍ପିଟାଲ୍।
- ୧୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା।
- ରାଜ୍ୟରେ ସ୍ୱତନ୍ତ୍ର କରୋନା ହସ୍ପିଟାଲ ସଂଖ୍ୟା ୮କୁ ବୃଦ୍ଧି।
- ବର୍ତ୍ତମାନ ସୁଦ୍ଧା ୮ଟି ହସ୍ପିଟାଲରେ ୧୫୯୭ଟି ବେଡ୍ ମହଜୁଦ୍ ଅଛି।
ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍
- କରୋନା ପାଇଁ ବଢ଼ିଲା ଲକଡାଉନ୍ ଅବଧି।
- ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇଲେ ରାଜ୍ୟ ସରକାର।
- ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ।
- ଟ୍ରେନ୍ ଏବଂ ବିମାନ ଚଳାଚଳ ବନ୍ଦ କରିବାକୁ ପ୍ରସ୍ତାବ ।
- କୃଷି କାର୍ଯ୍ୟ ଓ ମନରେଗା କାମ ଚାଲୁରହିବ।
- ଜାତୀୟ ସ୍ତରରେ ଲକଡାଉନ୍ ଅବଧି ବଢ଼ାଇବାକୁ ପ୍ରସ୍ତାବ ରଖିଲେ ରାଜ୍ୟ ସରକାର।








କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାଜ୍ୟ ତଥା ଦେଶ ଓ ବିଶ୍ୱର କରୋନା ଅପଡେଟ୍ ଦେବା ସହିତ ରାଜ୍ୟବାସୀଙ୍କୁ ସୁରକ୍ଷିତ ରହିବାକୁ କୁହାଯାଇଛି।









