ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

corona test 1

  • ମାର୍ଚ୍ଚ ୫ରୁ ଆର୍‌ଏମ୍‌ଆର୍‌ସିରେ ଆରମ୍ଭ ହୋଇଥିଲା ଟେଷ୍ଟିଂ
  • ଆରମ୍ଭରୁ ୧୦୦ଟି ନମୁନା ପରୀକ୍ଷା ହେଉଥିଲା
  • ମାର୍ଚ୍ଚ ୧୬ରେ ଟେଷ୍ଟିଂ କ୍ଷମତା ୩୫୦ ଛୁଇଁଲା
  • ଏମ୍‌ସରେ ୭୫, ଏସ୍‌ସିବିରେ ୫୦ ଟେଷ୍ଟିଂ

ଓଡ଼ିଶାରେ ଅଧିକ କରୋନା ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଦିନକୁ ୧୦୦୦ ନମୁନା ପରୀକ୍ଷା କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିରେ ଏନେଇ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଗତକାଲି ମୁମ୍ବାଇରୁ କରୋନା ନମୁନା ପରୀକ୍ଷା ପାଇଁ କିଟ୍‌ ଏବଂ ମେସିନ୍ ଆସିବା ପରେ ଆର୍‌ଏମ୍‌ଆର୍‌ସିରେ ଦିନକୁ ୧୦୦୦ ନମୁନା ପରୀକ୍ଷା କରାଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

coronaମାର୍ଚ୍ଚ ୫ରୁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିରେ କରୋନା ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା। ସେତେବେଳେ ୧୦୦ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଲୋକ ସଂଖ୍ୟା ବଢ଼ିବାରୁ ୧୬ ତାରିଖରେ ୩୫୦ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଏହାପରେ ଭୁବନେଶ୍ୱର ଏମ୍‌ସ ଏବଂ କଟକ ଏସ୍‌ସିବିରେ କରୋନା ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏମ୍‌ସରେ ଦିନକୁ ୭୫ ଏବଂ ଏସ୍‌ସିବିରେ ଦିନକୁ ୫୦ଟି ନମୁନା ପରୀକ୍ଷା କରିବାର କ୍ଷମତା ରହିଛି। ବର୍ତ୍ତମାନ ଓଡ଼ିଶାରେ ଦିନକୁ ୪୭୫ ନମୁନା ପରୀକ୍ଷା ହୋଇପାରୁଛି।

ଆର୍‌ଏମ୍‌ଆର୍‌ସିରେ ଟେଷ୍ଟିଂ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦିନକୁ ୧୦୦୦ ଟେଷ୍ଟିଂ କରିବାକୁ ଏଠାରେ ଉଦ୍ୟମ କରାଯାଉଛି। ଏହାସହ ଆସନ୍ତା ୧୩ରୁ ବ୍ରହ୍ମପୁରରେ ୨୫ ଏବଂ ବୁର୍ଲାରେ ୨୫ଟି ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରହିଛି।

Comment