ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ସାରା ଦେଶକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିସ୍ତୃତ ଗାଇଡଲାଇନ୍ ବୁଧବାର ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସେ ତାଙ୍କର ସମ୍ବୋଧନରେ ସୂଚନା ଦେଇଛନ୍ତି।
ମୋଦୀ କହିଛନ୍ତି, “ଆଗାମୀ ଗୋଟିଏ ସପ୍ତାହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସାତଦିନ ସାରା ଦେଶରେ ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯିବ। ଏନେଇ ବିସ୍ତୃତ ଗାଇଡଲାଇନ୍ ବୁଧବାର ଜନସାଧାରଣଙ୍କୁ ଜଣାଇଦିଆଯିବ।”

ଅନ୍ୟପଟେ ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତି ଥାନା, ଜିଲ୍ଲା ଓ ରାଜ୍ୟ ସ୍ତରରେ କରୋନାକୁ ନେଇ ତୀକ୍ଷଣ୍ ରଖାଯିବ। ଯେଉଁ ସ୍ଥାନରେ କରୋନା ପଜିଟିଭ୍ ଚିହ୍ନଟ ହେବେ ନାହିଁ କିମ୍ବା କରୋନା ସମ୍ବନ୍ଧିତ କୌଣସି ଲକ୍ଷଣ ଦେଖାଯିବ ନାହିଁ ସେହି ସ୍ଥାନରେ ଏପ୍ରିଲ୍ ୨୦ ପରେ ଲକଡାଉନ୍ କୋହଳ କରାଯିବ।
ତେବେ ଲକଡାଉନ୍ ସମୟରେ ଲୋକମାନେ ଗାଇଡଲାଇନ୍ ଅନୁଯାୟୀ କଡ଼ାକଡ଼ି ଭାବେ ନିୟମ ପାଳନ କରିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। କରୋନା ଯୁଦ୍ଧରେ ଜିତିବାକୁ ହେଲେ ସମସ୍ତେ ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପିନ୍ଧିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

















