ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • କରୋନା ମୁକାବିଲା ଲାଗି ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ଭୁବନେଶ୍ୱରରେ ହେବ ରାପିଡ୍‌ ଟେଷ୍ଟିଂ
  • ୭ ଦିନରେ ୫ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ
  • କ୍ୟାମ୍ପ ଓ ମୋବାଇଲ୍‌ ଭ୍ୟାନ ଯୋଗେ ହେବ ନମୁନା ସଂଗ୍ରହ
  • ସହଯୋଗ କରିବାକୁ ଅଫିଲ୍‌ କଲେ ମୁଖ୍ୟ ଶାସନ ସଚିବ
  • ଯେଉଁମାନେ ସହଯୋଗ ନକରିବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱରରେ ହେବ ରାପିଡ୍‌ କରୋନା ନମୁନା ପରୀକ୍ଷା। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି। ୭ ଦିନରେ ୫ ହଜାର ନମୁନା ଟେଷ୍ଟିଂ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୪୬ ଜଣ ଆକ୍ରାନ୍ତ ଅଛନ୍ତି। ମୋଟ ଆକ୍ରାନ୍ତଙ୍କ ଭିତରୁ ୩୮ ପ୍ରତିଶତ ହେଉଛନ୍ତି ଭୁବନେଶ୍ୱରର। କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ ଜୋନ୍‌ରେ ରଖିଥିବାରୁ ଭୁବନେଶ୍ୱରରେ ରାପିଡ୍‌ ଟେଷ୍ଟିଂ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବର୍ତ୍ତମାନସୁଦ୍ଧା ଭୁବନେଶ୍ୱରରେ ୧୯୫୮ ନମୁନା ପରୀକ୍ଷା ହୋଇଛି। ଆଗାମୀ ୭ ଦିନରେ ଆଉ ୫ ହଜାର ଟେଷ୍ଟିଂ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ଜନସାଧାରଣ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅପିଲ୍‌ କରିଛନ୍ତି।

୪ଟି ବର୍ଗରେ ନମୁନା ପରୀକ୍ଷା କରାଯିବ। ପ୍ରଥମେ ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକଙ୍କୁ ଠାବ କରାଯାଇ ନମୁନା ସଂଗ୍ରହ କରାଯିବ। ବିଭିନ୍ନ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବା ଲୋକ, ଯାହାର କିଛି ଲକ୍ଷଣ ଥିବା ଲୋକଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ।

ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀମାନଙ୍କର ନମୁନା ପରୀକ୍ଷା ହେବ। ଏହାଛଡ଼ା ୬୦ ବର୍ଷରୁ ଅଧିକ ବ୍ୟକ୍ତି କିମ୍ବା ଡାଇବେଟିସ୍‌ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯିବ।

corona testଯେଉଁମାନଙ୍କର ନମୁନା ସଂଗ୍ରହ କରାଯିବ ସେମାନେ ସହଯୋଗ କରିବାକୁ ସରକାର ନିବେଦନ କରିଛନ୍ତି। ଯଦି ନକରନ୍ତି ତାହାଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ କରାଯିବ। ଏହାସହ ମୋବାଇଲ୍‌ ଭ୍ୟାନରେ ବୁଲି ନମୁନା ସଂଗ୍ରହ କରାଯିବ। କର୍ମଚାରୀମାନେ ପିପିଇ ପିନ୍ଧି ନମୁନା ସଂଗ୍ରହ କରିବେ।

coronaଭୁବନେଶ୍ୱର ହଟ୍‌ସ୍ପଟ ଜୋନ୍‌ ଭିତରେ ରହିବା ପରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ରାପିହ୍‌ ଟେଷ୍ଟିଂ କରିବା ପାଇଁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏଥିପାଇଁ ୬ ଜଣ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here