ଓଡ଼ିଶାଲାଇଭ୍ ବ୍ୟୁରୋ  

          

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଠି କିଛି ନା କିଛି ଚତ୍ମକାର ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଦୀପ ଘିଅରେ ନୁହେଁ ବଂର ପାଣିରେ ଜଳୁଛି।

ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲା ଅନ୍ତର୍ଗତ ଗାଡ଼ିଆଘାଟରେ ଏକ ଦେବୀ ମନ୍ଦିର ରହିଛି। ଯେଉଁଠାରେ ଏଭଳି କିଛି ଚତ୍ମକାର ଦେଖିବାକୁ ମିଳୁଛି। ଏହି ଘଟଣା ଦିନେ କି ଦୁଇ ଦିନ ପାଇଁ ବଂର ଦୀର୍ଘ ୫ ବର୍ଷ ଧରି ଚାଲିଆସୁଛି ବୋଲି ମନ୍ଦିରର ପୂଜକ ମତ ଦେଇଛନ୍ତି।

ମନ୍ଦିରର ପୂଜକଙ୍କ କହିବାନୁସାରେ ପୂର୍ବରୁ ସେଠାରେ ଘିଅ, ତେଲରେ ଦୀପ ଜଳୁଥିଲା। ହେଲେ ଦିନେ ସ୍ୱପ୍ନରେ ପୂଜକଙ୍କୁ ଦେବୀ ସ୍ୱପ୍ନାଦେଶ କରିଥିଲେ। ଯେଉଁଥିରେ ପାଖ ନଦୀରେ ବୋହୁଥିବା ପାଣିରେ ଦୀପ ଜାଳିବାକୁ କୁହାଯାଇଥିଲା।

ଏହି ମନ୍ଦିର ପାଖରେ ଥିବା କାଳୀସିନ୍ଧ ନଦୀରୁ ପାଣି ଆଣି ସେବେଠାରୁ  ଦେବୀଙ୍କ ନିକଟରେ ଦୀପ ଜଳାଯାଉଛି। ଏପରିକି ଏହି ଦୀପ କଦାପି ଲିଭୁନି ବୋଲି ପୂଜାରୀଜଣକ କହିଛନ୍ତି।

Comment