ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ କରିବେ। ଏଥିସହିତ ୧୪ ଦିନ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ନିଜକୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ ଯଦି ଜ୍ୱର, ସର୍ଦ୍ଦି ଭଳି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ସରକାରଙ୍କ ସହ ସମ୍ପର୍କ କରିବା ଆବଶ୍ୟକ। ଏହା ଅନ୍ୟ ଲୋକମାନଙ୍କୁ କିଭଳି ବ୍ୟାପିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଗୋଟିଏ ଘରେ ନିଜକୁ ସୀମିତ ରଖିବେ। ନିଜକୁ ସଙ୍ଗରୋଧ କରିବା ସହ ପରିବାର ସଦସ୍ୟଙ୍କଠାରୁ ଦୂରେଇ ରହିବା ଦରକାର।

corona

ସେହିପରି ସଂକ୍ରମିତଙ୍କଠାରୁ କିଭଳି ନିଜକୁ ଦୂରେଇ ରଖିବେ, ପରିବାର ସଦସ୍ୟ ଏହାପ୍ରତି ଦାୟିତ୍ୱବାନ ହେବା ଦରକାର। ପରିବାରର ସମସ୍ତ ଲୋକ ନିୟମିତ ବ୍ୟବଧାନରେ ହାତ ଧୋଇବେ। ନିଜକୁ ତଥା ଘରକୁ ପରିଷ୍କାର ପରିଚ୍ଛନ ରଖିବେ। ଏହାସହିତ ସଂକ୍ରମିତ ବ୍ୟକ୍ତି କିଭଳି ନିଜକୁ ଏକୁଟିଆ ମନେ ନକରିବେ ସେନେଇ ଯତ୍ନବାନ ହେବେ।

କରୋନାକୁ ଜାଣନ୍ତୁ, ଜିଣନ୍ତୁ। ଓଡ଼ିଶାର ଦୁଇ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ (www.swasthya.plus) ଏବଂ ‘ଓଡ଼ିଶାଲାଇଭ୍’ (www.odisha.live) ପକ୍ଷରୁ ‘କରୋନାକୁ ଡରନା’ ନାଁରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ ଏବଂ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ। କାରଣ, କରୋନାର କୌଣସି ଚିକିତ୍ସା ନାହିଁ। ସଚେତନତା ହିଁ ଏକମାତ୍ର ଔଷଧ!

LEAVE A REPLY

Please enter your comment!
Please enter your name here