ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଗାଁ ସରପଞ୍ଚକୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ। ବୁଧବାର ରାଜ୍ୟର ୬୭୯୮ ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ କଥା ହେବା ସହ ସେମାନଙ୍କୁ ଶପଥପାଠ କରାଇଛନ୍ତି।

ସରପଞ୍ଚମାନେ ଏହି ଅବସରରେ ଶପଥ ପାଠ କରିଛନ୍ତି ଯେ, ସେମାନେ କରୋନାକୁ ରୋକିବା ପାଇଁ ତଥା ଲୋକଙ୍କ ମଙ୍ଗଳ ପାଇଁ ତାଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବେ।corona

ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହିତ ସେମାନଙ୍କର ଖାଇବା, ରହିବା ଓ ଚିକିତ୍ସାର ବ୍ୟବସ୍ଥା କରିବେ। ସନ୍ଦିଗ୍ଧମାନେ କ୍ୱାରେଣ୍ଟାଇନରେ ରହିବା ପରେ ସୁସ୍ଥ ବୋଲି ଜଣାପଡ଼ିଲେ ସେମାନେ ଗାଁ ଲୋକମାନଙ୍କ ସହ ମିଶିପାରିବେ। ଏନେଇ ସମସ୍ତ ଦେଖାଶୁଣା ସରପଞ୍ଚମାନେ କରିବେ ବୋଲି ଶପଥପାଠ କରିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଫଳରେ ସରପଞ୍ଚମାନେ ଏଣିକି ନିଜ ପଞ୍ଚାୟତର ସମସ୍ତ କରୋନା ସମ୍ବନ୍ଧୀୟ କଥା ବୁଝାସୁଝା କରିବେ। ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିବେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହିତ ସେମାନଙ୍କର ଚିକିତ୍ସା କଥା ବୁଝିବା ନେଇ ସରପଞ୍ଚକୁ କ୍ଷମତା ଦିଆଯାଇଛି। ଯଦି କୌଣସି ଲୋକ ସରପଞ୍ଚଙ୍କ ନିର୍ଦ୍ଦେଶକୁ ଅବମାନନା କରେ ତେବେ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି କୁହାଯାଇଛି।

Comment