ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।

samir sahu

କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି ଲକ୍ଷଣ ଦେଖାଯାଏ। ନିମୋନିଆ ହୋଇଥିଲେ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ସବୁ ଭୂତାଣୁ ସଂକ୍ରମିତ ରୋଗର ଲକ୍ଷଣ ଏକାଭଳି। ଯେପର୍ଯ୍ୟନ୍ତ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କହିହେବନି କି ରୋଗୀ କରୋନା ଭାଇରସ(କୋଭିଡ୍-୧୯)ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ।

ରୋଗୀର ନାକ ଏବଂ ତଣ୍ଟିରୁ ସ୍ୱାବ୍ ନେଇ କରୋନା ଭୂତାଣୁର ପରୀକ୍ଷା କରାଯାଇଥାଏ। ସାଧାରଣ ଥଣ୍ଡା, ଜ୍ୱର ହେଲେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ନିମୋନିଆ ହୁଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ତାହେଲେ ପରୀକ୍ଷା କରିବା ଦରକାର।

କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ରିଜନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (RMRC)ରେ କରୋନା ଭାଇରସ (କୋଭିଡ୍‌-୧୯)ର ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ବର୍ତ୍ତମାନ ଏମ୍ସ ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କରୋନା ପରୀକ୍ଷା ଆରମ୍ଭ ହୋଇଛି। ତେବେ ଅନ୍ୟ କୌଣସି ପ୍ରଇଭେଟ୍ ମେଡିକାଲରେ କରୋନା ଭାଇରସର ପରୀକ୍ଷା ନକରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

corona ku darana

କରୋନାକୁ ଜାଣନ୍ତୁ, ଜିଣନ୍ତୁ। ଓଡ଼ିଶାର ଦୁଇ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ (www.swasthya.plus) ଏବଂ ‘ଓଡ଼ିଶାଲାଇଭ୍’ (www.odisha.live) ପକ୍ଷରୁ ‘କରୋନାକୁ ଡରନା’ ନାଁରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ ଏବଂ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ। କାରଣ, କରୋନାର କୌଣସି ଚିକିତ୍ସା ନାହିଁ। ସଚେତନତା ହିଁ ଏକମାତ୍ର ଔଷଧ!

LEAVE A REPLY

Please enter your comment!
Please enter your name here