ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌। ରାଜ୍ୟର ୩୧ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ନେଇଛନ୍ତି। ଭୁବନେଶ୍ଵର ଲୋକସେବା ଭବନରେ ସେ ଶପଥ ନେଇଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ।

ଏହି ଶପଥ ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖ୍ୟ ଉପସ୍ଥିତ ଥିଲେ। ଏହାସହ ଆଡଭୋକେଟ ଜେନେରାଲ ଓ ଅନ୍ୟ ବିଚାରପତିମାନ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ଜଷ୍ଟିସ ମହମ୍ମଦ ରଫିକ୍‌ ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ। ଏପ୍ରିଲ ୨୩ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ଏପ୍ରିଲ ୨୮ ତାରିଖରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ ତାଙ୍କ ନାଁ ସୁପାରିଶ କରିଥିଲେ।

ଜଷ୍ଟିସ୍‌ କଳ୍ପେଶ ସତ୍ୟୋନ୍ଦ୍ର ଝାଭେରୀଙ୍କ ଅବସର ପରେ ଜାନୁଆରୀ ୫ ତାରିଖରୁ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ।

LEAVE A REPLY

Please enter your comment!
Please enter your name here